ଦେଶ- ବିଦେଶ

ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କୁ ଆଶ୍ବସ୍ତି, ଜାମିନ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

ଆରଜେଡି ପ୍ରମୁଖ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦେବଘର ଚାରା ଘୋଟାଲ ମାମଲାରେ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି । ସିବିଆଇ ଚାରା ଘୋଟାଲା ମାମଲାରେ ଦୋଷୀ ଥିବା ଲାଲୁ ଯାଦବଙ୍କ ଜାମିନକୁ ରଦ୍ଦ କରିବାକୁ ଦାବି କରିଥିଲା । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନ ଦେବା ହାଇକୋର୍ଟ ଆଦେଶରେ ଦଖଲ ଦେବାକୁ ମନା କରିଦେଇଛନ୍ତି ।

ସୂଚନା ମୁତାବକ, ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ କରିଥିବା ଦାବିକୁ ମନା କରିଛନ୍ତି । କୋର୍ଟ କହିଛନ୍ତି, ଆମେ ହାଇକୋର୍ଟଙ୍କ ଆଦେଶର ଅବମାନନା କରିବାକୁ ଚାହୁଁନାହୁଁ, ଖାସ୍ କରି ୭ ବର୍ଷ ବିତିଯାଇଥିବା ଘଟଣାକ ନେଇ । ସିବିଆଇର ଅପିଲ ୨୦୧୮ର ରହିଛି । ଏହାସହିତ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ଲାଲୁ ଯାଦବଙ୍କ ମାମଲାର ଶୁଣାଣିକୁ ଶୀଘ୍ର କରିବାକୁ କହିଛନ୍ତି ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବା ସମୟରେ ସିବିଆଇ ତରଫରୁ ଏଏସଜି ଏସବି ରାଜୁଙ୍କ ଦଲିଲ ଦେଇଥିଲେ କି ଲାଲୁଙ୍କ ଜାମିନ ଯାଚିକା ଦୁଇ ଥର ଖାରଜ କରିଦିଆଯାଇଛି । କିନ୍ତୁ ହାଇକୋର୍ଟ ଏହି ଆଧାରରେ ଜାମିନ ଦେଇଥିଲେ କି ସେ ୫୦ ପ୍ରତିଶତ ଦଣ୍ଡ ପୂରଣ କରିସାରିଲେଣି । ଯାହା ଭୁଲ୍ ।

ସୂଚନାଯୋଗ୍ୟ, ଚାରା ଘୋଟାଲ ମାମଲା ୧୯୯୬ରେ ପଶୁପାଳନ ବିଭାଗରେ ଚଢାଉ ପରେ ସାମ୍ନାକୁ ଆସିଥିଲା । ସିବିଆଇ ଜୁନ୍ ୧୯୯୭ରେ ଲାଲୁଙ୍କ ନାମକୁ ଅଭିଯୁକ୍ତ ଭାବେ ଗ୍ରହଣ କରିଥିଲା । ୯୫୦ କୋଟି ଟଙ୍କାର ଚାରା ଘୋଟାଲା ସହିତ ଜଡିତ ୫ଟି ମାମଲାରେ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଲାଲୁ ବିହାରର ମୁଖ୍ୟମନ୍ତ୍ରୀ ଏବଂ ପଶୁପାଳନ ବିଭାଗ ଦାୟିତ୍ବ ସମ୍ଭାଳିଥିଲେ, ସେତେବେଳେ ଏହି ଘୋଟାଲାରେ ହୋଇଥିଲା । ତେବେ ଏବେ ଖରାପ ସ୍ବାସ୍ଥ୍ୟ ଆଧାରରେ ତାଙ୍କୁ ଜାମିନ ମିଳିଛି ।

Leave a Reply

Your email address will not be published. Required fields are marked *

Back to top button