ଖେଳ ଖବର

ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ – Sahana Mela

[ad_1]

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ। ଏହି ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିଥିଲେ। ଦିନ ୧୧ଟାରୁ ରାଜ୍ୟପାଳଙ୍କ ଭାଷଣ ଆରମ୍ଭ ହୋଇ ୧୨ଟା ୫୮ରେ ସରିଥିଲା। ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଥିଲେ ରାଜ୍ୟପାଳ। ଏହି ଅଧିବେଶନରେ ରାଜ୍ୟପାଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହିତ ମା’ସମଲେଇ ପ୍ରକଳ୍ପ ଏବଂ ନୂଆ ଓ’ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ପ୍ରକଳ୍ପ ପର୍ଯ୍ୟଟକ ମାନଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବ। ସେହିଭଳି ଅପଦା ସମୟରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବ। ଏଥିସହ ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ସେହିଭଳି ଦୋୖତ ନଗରୀରେ ୨୦୨୭ ମେଟ୍ରୋ ରେଳ ପ୍ରକଳ୍ପ ଶେଷ ହେବ ବୋଲି କହିଥିଲେ । ୬୨୫୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ହେଉଛି। ଗ୍ରାମାଞ୍ଚଳରେ ଗମନ ଗମନକୁ ସୁବିଧା କରିବା ପାଇଁ ୩୦ ଜିଲାର ୬୭୯୮ ପଞ୍ଚାୟତରେ ଲକ୍ଷ୍ମୀ ବସ୍‌ ଗାଡ଼ାଇବାକୁ ସରକାର ଯୋଜନା କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ପ୍ରତିବାଦ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ନରସିଂହ କହିଛନ୍ତି, ପୂର୍ବରୁ ରାଜା ମହାରାଜାମାନେ ପ୍ରଶଂସା ଶୁଣିବା ପାଇଁ ପାଟ ନିଯୁକ୍ତି କରୁଥିଲେ। ସେପରି ଆଜିର ଦିନରେ ଓଡ଼ିଶା ସରକାର ରାଜ୍ୟପାଳଙ୍କୁ ସେପରି ବ୍ୟବହାର କରୁଛି। ଏହା ଦୁଃଖ ଦାୟକ। ଆମେ ଏହାକୁ ପ୍ରତିବାଦ କରି କକ୍ଷ ତ୍ୟାଗ କରିଥିଲୁ। ତେବେ ଏନେଇ ଶାସକ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

[ad_2]

Leave a Reply

Your email address will not be published. Required fields are marked *

Back to top button