ଦେଶ- ବିଦେଶ

ମାଆର ମଜା କଥାରେ କୋମାରୁ ଉଠିଲେ ଝିଅ – Sahana Mela

[ad_1]


ନ୍ୟୁୟର୍କ: ପରିବାରର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାରେ ଭଗବାନ ମଧ୍ୟ ସାମିଲ ହେବାକୁ ଚାହାନ୍ତି । ସେ ସେହି ପରିବାରକୁ ସର୍ବଦା ବିପଦମୁକ୍ତ କରିବା ପାଇଁ ଆଗେଇ ଆସିଥାନ୍ତି ବୋଲି ଅନେକଙ୍କ ବିଶ୍ୱାସ ରହିଛି । ଏଭଳି ଏକ ଘଟଣା ଆମେରିକାରେ ଘଟିଛି । ଯାହାକି ଡାକ୍ତରମାନଙ୍କୁ ମଧ୍ୟ ଚକିତ କରି ଦେଇଛି । ଜେନିଫର ଫ୍ଲେବେଲେନ ନାମକ ଏକ ମହିଳା ୨୦୧୭ରେ କାର ଦୁର୍ଘଟଣାର ଶୀକାର ହୋଇଥିଲେ । ଏହା ପରେ ସେ କୋମାକୁ ପଳାଇ ଯାଇଥିଲେ । ଡାକ୍ତରଖାନାରେ ଚିକିତ୍ସା ଅବସ୍ଥାରେ ଅବଶ୍ୟ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଥିଲା ।

ଜେନିଫରଙ୍କ ମାଆ ପେଗୀ ମୀନ୍ସ ତାଙ୍କ ଝିଅ ପାଖରେ ବସି ସର୍ବଦା ନୂଆ ନୂଆ ମଜା କଥା ଶୁଣାଇଥାନ୍ତି । ଘଟଣା ଦିନ ମଧ୍ୟ ସେ ମଜାକଥା ଶୁଣାଇବା ପରେ ତାଙ୍କ ଝିଅ ହଠାତ ହସି ଉଠିଥିଲେ । ସେ କୋମରୁ ଫେରିବା ସମସ୍ତଙ୍କ ମନରେ ଖୁସି ଆଣି ଦେଇଥିଲା । ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହାକୁ ଚମତ୍କାର ବୋଲି ବିବେଚନା କରିଥିଲେ । ପ୍ରାୟତଃ ୧ରୁ ୨ ପ୍ରତିଶତକ ରୋଗୀଙ୍କ କ୍ଷେତ୍ରରେ ଏ ଭଳି ଘଟଣା ଘଟିଥାଏ ।

ଏବେ ସେ ଠିକରେ କହି ପାରୁ ନ ଥିଲେ ମଧ୍ୟ ଆମ ଗହଣରେ ସକ୍ରିୟ ରହୁଛନ୍ତି ବୋଲି ପେଗୀ କହିଛନ୍ତି । ଜେନିଫର କୋମାରେ ଯିବା ବେଳେ ତାଙ୍କ ପୁଅକୁ ୧୧ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ପରେ ସେ ତାଙ୍କ ପୁଅ ଜୁଲିୟନଙ୍କ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ । ଯାହାକି ଜୁଲିୟନଙ୍କ ବେଶ ରୋମାଂଚିତ କରିଥିଲା ।



[ad_2]

Leave a Reply

Your email address will not be published. Required fields are marked *

Back to top button