ଖେଳ ଖବର

ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା – Sahana Mela

[ad_1]


ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ୧୭ ସଦସ୍ୟ ଦଳରେ ବିରାଟ କୋହଲି ଓ ଶ୍ରେୟାସ ଆୟାର ନାହାନ୍ତି । ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଯଶପ୍ରୀତ ବୁମରାହ ବିଶ୍ରାମ ନେବେ ବୋଲି ଆଲୋଚନା ହେଉଥିଲେ ମଧ୍ୟ ଏଥିରେ ବିରାମ ଘଟିଛି । ସେ ବାକି ତକ ମ୍ୟାଚ ଖେଳିବେ । ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବୈଠକରେ କୋହଲି ତାଙ୍କ ବ୍ରେକ ଅବଧି ବଢ଼ାଇବା ପାଇଁ ଅନୁରୋଧ କରିଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି ।

ରଜତ ପାଟୀଦାର ଓ ସରଫରାଜ ଖାଁ ଟିମରେ ସ୍ଥାନ ବଜାୟ ରଖିଛନ୍ତି । କୋହଲି ଓ ଆୟାରଙ୍କ ଅନୁପସ୍ଥିତିରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ ବିବେଚନା କରାଯାଉଛି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲା, ଶୁଭମନ ଗିଲ, କେଏଲ ରାହୁଲ, ରଜତ ପାଟୀଦାର, ସରଫରାଜ ଖାଁ, କେଏସ ଭରତ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପ ।



[ad_2]

Leave a Reply

Your email address will not be published. Required fields are marked *

Back to top button