ଖେଳ ଖବର

ହାତ ଧରିଲେ ମନୋଜ ମିଶ୍ର – Sahana Mela

[ad_1]

ଭୁବନେଶ୍ୱର :ହାତ ଧରିଲେ ଓଡ଼ିଆ ଅଭିନେତା ମନୋଜ ମିଶ୍ର । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମନୋଜ ମିଶ୍ର ଆଜି ବିଧିବଦ୍ଧ ଭାବରେ କଂଗ୍ରେସରେ ସାମିଲ ହୋଇଛନ୍ତି ମନୋଜ । ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର, ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ ଆଜି କଂଗ୍ରେସରେ ଯୋଗଦାନ କରିଛନ୍ତି । ହାତ ଧରିବା ପରେ ମନୋଜ କହିଛନ୍ତି ନେତା ହେବା ପାଇଁ ଆସିନାହିଁ, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଅନେକ ସମସ୍ୟା ଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । କଂଗ୍ରେସରେ ସାମିଲ ହୋଇ ଲୋକଙ୍କ ପାଇଁ ସ୍ୱର ଉଠାଇବେ ବୋଲି କହିଛନ୍ତି । ନିର୍ବାଚନ ଲଢିବେ କି ନାହିଁ ତାହା ଦଳ ସ୍ପଷ୍ଟ କରିବ ବୋଲି ମନୋଜ କହିଛନ୍ତି ।

ସୂଚନାନୁସାରେ,କିଛି ଦିନ ପୂର୍ବରୁ ଓଡ଼ିଶାରେ ଆଞ୍ଚଳିକବାଦ ଓ ଓଲିଉଡରେ ଭେଦଭାବ ହେଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ ମନୋଜ I ଏହି ପ୍ରସଙ୍ଗରେ ମନୋଜଙ୍କୁ କିଛି ପ୍ରଯୋଜକ ବାସନ୍ଦ କରିଥିଲେ I ତେବେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମନୋଜଙ୍କ ସପକ୍ଷରେ ମତ ରଖିଥିଲେ I

[ad_2]

Leave a Reply

Your email address will not be published. Required fields are marked *

Back to top button