ରାଜ୍ୟ
୨୧ ହଜାର କୋଟିର ଅତିରିକ୍ତ ବଜେଟକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଥିରେ ୨୧ ହଜାର କୋଟିର ଅତିରିକ୍ତ ବଜେଟକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ମୋଟ ୧୯ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି । ଏଥିରେ ବସଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’, ସିଲିକନ ଓ ନିଷ୍ଟକୁ ୟୁନିଟାରୀ ୟୁନିଭର୍ସିଟି, ପେନସନ ବ୍ୟବସ୍ଥା ସରଳୀକରଣ ପାଇଁ ଓସିଏସ ପେନସନ ରୁଲ ସଂଶୋଧନ ଓ ଜମି କିସମ ପରିବର୍ତ୍ତନ ଦେୟ ସମ୍ପର୍କିତ ସଂଶୋଧନ ପ୍ରସ୍ତାବ ସାମିଲ ରହିଛି । ସେହିପରି ଅଣକୃଷି ଉଦ୍ଦେଶ୍ୟରେ ଜମି କିସନ ପରିବର୍ତ୍ତନକୁ ବଜାର ମୂଲ୍ୟର ୧ ପ୍ରତିଶତ ଦେୟ, ରେମୁଣା ବ୍ଲକ ଦରକୁଲିଠାରେ ବୁଢ଼ାବଳଙ୍ଗ ନଦୀରେ ଆନିକଟ୍ ହେବ । ଆନିକଟ୍ ପାଇଁ ୧୨୬ କୋଟିର ବ୍ୟୟବରାଦକୁ ମଞ୍ଜୁରୀ ମିଳିଛି ।