Snake bite: ସାପ କାମୁଡ଼ାର ପ୍ରେମିକ ମୃତ, ସହି ନ ପାରି ଜୀବନ ହାରିଲା ପ୍ରେମିକା

ସାପ କାମୁଡ଼ାର ପ୍ରେମିକ ମୃତ । ସହି ପାରିଲାନି ପ୍ରେମିକା । ଖବର ଶୁଣିବା ପରେ ବାଡ଼ି ପଛପଟେ ଜୀବନ ହାରିଲେ ଯୁବତୀ । ଦୀର୍ଘ ଦିନ ଧରି ଉଭୟେ ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କ କିଛି ଦିନ ଭିତରେ ବାହାଘର ହୋଇଥାନ୍ତା । ମୟୂରଭଂଜ ଉଦଳାରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ପାଇଁ ଜୀବନ ଦେଇଦେଲେ । ସାଙ୍ଗରେ ଜୀବନ ଜିଇଁବାର ସ୍ବପ୍ନ ଦେଖିଥିବା ବେଳେ ଯେତେବେଳେ ପ୍ରେମିକ ରହିଲା ନାହିଁ ସେତେବେଳେ ପ୍ରେମିକା ଜୀବନ ହାରିଦେଲା । ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଥାନା ଡିମଗଡିଆ ଗ୍ରାମରୁ ।
ମହେଶ୍ୱର ସିଂଙ୍କ ଝିଅ ଦେବି ସିଂ ଅନୁଗୁଳ ନାଲକୋ ଅଂଚଳର ଯୁବକ ପିଣ୍ଟୁଙ୍କୁ ଦୀର୍ଘ ବର୍ଷ ହେବ ଭଲ ପାଇ ଆସୁଥିଲେ। ଏପରିକି ଉଭୟ ବିବାହ ମଧ୍ୟ କରିବେ ବୋଲି କଥା ହୋଇଥିଲେ । ୪ ଦିନ ପୂର୍ବରୁ ପିଣ୍ଟୁ କାମ ପାଇଁ ଯାଇଥିବା ବେଳେ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ପାଇଥିଲେ ପ୍ରେମିକା ଦେବି ସିଂ । ହେଲେ ଅଚାନକ ପ୍ରେମିକ ପିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଦେବି ସିଂ । ଆଉ ଘର ପଛ ବାଡ଼ିରେ ଜୀବନ ହାରିଥିଲେ ।




