ରାଜନୀତି

ସଂସଦକୁ ‘ନମୋ ହାଟ୍ରିକ’ ଟି-ସାର୍ଟ ପିନ୍ଧି ଆସିଲେ ଅନୁରାଗ ଠାକୁର – Sahana Mela

[ad_1]


ନୂଆଦିଲ୍ଲୀ:ପୁଣି ଦେଶରେ ଆସିବ ମୋଦି ଲହର। ପୁଣି ଚାଲିବ ନରେନ୍ଦ୍ର ମୋଦୀଙ୍କ ଶାସନ। ଯାହାର ପ୍ରମୋସନରେ ଲାଗିପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଶନିବାର ସଂସଦ ଭବନରେ ଅନୁରାଗ ଠାକୁରଙ୍କୁ ନେଇ ବେଶ ଚର୍ଚ୍ଚା। ହେଲେ ତାଙ୍କର କୌଣସି ଭାଷଣ ବା ଘୋଷଣାକୁ ନେଇ ନୁହେଁ। ସେ ଆଜି ପିନ୍ଧି ଆସିଥିବା ଏକ ଟି-ସାର୍ଟକୁ ନେଇ ସଂସଦ ଭବନରେ ଚର୍ଚ୍ଚା ଚାଲିଛି। କାରଣ ସଂସଦକୁ ଯିବା ସମୟରେ ସେ ଏକ କମଳା ରଂଗର ଟି ସାର୍ଟ ପିନ୍ଧି ଆସିଥିଲେ। ଯେଉଁଥିରେ ଲେଖା ହୋଇଥିଲା ନମୋ ହାଟ୍ରିକ। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହୋଇଛି।

ଏହାକୁ ନେଇ ବିଭିନ୍ନ ପ୍ରଶ୍ନର ସାମ୍ନା କରିଥିଲେ ଅନୁରାଗ ଠାକୁର। ଯାହାର ଉତ୍ତର ଦେଇ ସେ କହିଛନ୍ତି ପୁଣି ଥରେ ନରେନ୍ଦ୍ର ମୋଦି ସରକାର ଗଠନ ହେବ। ମୋଦି ଏଥର ହାଟ୍ରିକ କରିବେ। ‘ତିଶିର ବାର ମୋଦୀ ସରକାର, ଅବକି ବାର ୪୦୦ ପାର’ ବୋଲି ହିନ୍ଦିରେ ଅନୁରାଗ କହିଛନ୍ତି। ସେ କହିଛନ୍ତି ପୁଣି ଥରେ ମୋଦି ଆସି ଦେଶର ଗରିବ କଲ୍ୟାଣ କାମ କରିବେ। ପୂର୍ବରୁ ଯାହା କହିଥିଲେ ତାହା କରି ଦେଖାଇଛନ୍ତି। ତେବେ ଅନୁରାଗଙ୍କୁ ଅନୁକରଣ କରି ଅନ୍ୟମାନେ ମଧ୍ୟ ଏପରି ଟି ସାର୍ଟ ପିନ୍ଧିବେ ବୋଲି ଜଣାପଡିଛି।ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଏପରି ଟି-ସାର୍ଟ ପିନ୍ଧିବା ଏବେ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।




[ad_2]

Leave a Reply

Your email address will not be published. Required fields are marked *

Back to top button