ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜ୍ୟୋତିଷଙ୍କ ଖରାପ ସମୟ, ୨୪ ଘଣ୍ଟାରେ ଓଏସଡି ପଦରୁ ହଟିଲେ

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ନିଯୁକ୍ତି ପରେ ତାମିଲନାଡ଼ୁ ସରକାର ଏହାକୁ ପ୍ରତ୍ୟାହାର କରିଛନ୍ତି । ଆଜି ପବ୍ଲିକ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ହୋଇଥିବା ଚିଠିରେ ଏହାକୁ ପ୍ରତ୍ୟାହାର କରାଯାଇଥିବା ଦର୍ଶାଯାଇଛି ।
ମଙ୍ଗଳବାର ତାମିଲନାଡ଼ୁ ପବ୍ଲିକ ଡିପାର୍ଟମେଣ୍ଟ ସଚିବାଳୟ ଏହାକୁ ନେଇ ନିର୍ଦ୍ଦେଶ ଜାରି କରିଥିଲେ । ତାଙ୍କ ନିଯୁକ୍ତିକୁ ନେଇ ବେଶ୍ ଚର୍ଚ୍ଚା ଚାଲିଥିଲା । ଟିଭିକେରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ବନ୍ଦ୍ବୀ ଖେମେ ଏବଂ ଗଠବନ୍ଧନ କର୍ମୀ ଓଏସଡି ନିଯୁକ୍ତିକୁ ନେଇ ପ୍ରଶ୍ନ କରିଥିଲେ । ତେବେ ଏହାର ୨୪ ଘଣ୍ଟା ପରେ ଏହି ଆଦେଶକୁ ପ୍ରତ୍ୟାହାର କରିଛି ବିଜୟଙ୍କ ସରକାର ।
ମଙ୍ଗଳବାର ଜ୍ୟୋତିଷଙ୍କୁ ନିଯୁକ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ତାମିଲନାଡୁ ରାଜନୀତିରେ ବିବାଦ ଦେଖାଦେଇଥିଲା । ଭିସିକେ, ସିପିଆଇ ଏବଂ ସିପିଆଇ ଭଳି ପାର୍ଟି ଏହାକୁ ନେଇ ବିବାଦ କରିଥିଲେ ।
ରାଧନ ପଣ୍ଡିତ କେବଳ ବିଜୟ ନୁହଁନ୍ତି, ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କର ମଧ୍ୟ ଜଣେ ବିଶ୍ୱସ୍ତ ପରାମର୍ଶଦାତା ଥିଲେ । ରାଧନଙ୍କ ପରାମର୍ଶକ୍ରମେ ନିଜ ନାମର ସ୍ପେଲିଂ ପରିବର୍ତ୍ତନ କରିଥିଲେ ଜୟଲଳିତା । ଦିଲ୍ଲୀରେ ରହିବା ସମୟରେ ବିଜେପି, କଂଗ୍ରେସ, ଡିଏମକେ ଏବଂ ଏଆଇଏଡିଏମକେ ଭଳି ବଡ଼ ବଡ଼ ଦଳର ନେତାମାନେ ମଧ୍ୟ ତାଙ୍କ ପାଖକୁ ପରାମର୍ଶ ପାଇଁ ଆସୁଥିଲେ ।




