ରାଜନୀତି

ପିଚ୍ କୁ ଓହ୍ଲାଇବେ ଯୁବରାଜ ସିଂ, କ୍ରିକେଟ୍ ପାଇଁ ନୁହେଁ ରାଜନୀତିରେ କରିବେ ଡେବ୍ୟୁ – Sahana Mela

[ad_1]


ନୂଆଦିଲ୍ଲୀ:ମଇଦାନରେ ହେବ ଚୌକା ଓ ଛକାର ବର୍ଷା। କ୍ରିକେଟ ମୈଦାନରେ ନୁହେଁ, ରାଜନୀତି ପଡିଆରେ। କାରଣ ରାଜନୀତିକୁ ଓହ୍ଲାଇବେ କ୍ରିକେଟର ଯୁବରାଜ ସିଂ। ଖୁବଶୀଘ୍ର ସେ ପଲିଟିକ୍ସକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ନିମନ୍ତେ ସବୁ ରାଜନୈତିକ ଦଳ ବିଗୁଲ ଫୁଙ୍କି ସାରିଲେଣି ଓ ନିଜନିଜ ପ୍ରସ୍ତୁତିରେ ଲାଗିପଡିଲେଣି। ଏବେ କେବଳ ଅପେକ୍ଷା ନିର୍ବାଚନ ଆୟୋଗଙ୍କ ଘୋଷଣାକୁ। ଏଥିରେ ଏବେ ଖବର ଆସୁଛି ୨୨ ଗଜର କ୍ରିକେଟ ପିଚ୍‌ରେ ୬ ବଲକୁ ୬ ଛକ୍କା ଲଗାଉଥିବା ଯୁବରାଜ ସିଂହ ରାଜନୈତିକ ପିଚ୍‌ରେ ଏହି ପାର୍ଟି ପକ୍ଷରୁ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ରାଜନୈତିକ ପିଚ୍‌ରେ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଗୁରଦାସପୁର ଲୋକସଭା ଆସନରୁ ନୂଆ ଇନିଂସ ଆରମ୍ଭ କରିପାରନ୍ତି। ତେବେ କ୍ରିକେଟର ପଲିଟିସିଆନ ହେବା ଭାରତରେ ନୂଆ ନୁହେଁ। ତାଙ୍କ ପୂର୍ବରୁ ଅନେକ କ୍ରିକେଟର ରାଜନୀତିରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ଏଥିରେ ଯୁବରାଜ ସିଂହ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବେ ବୋଲି ଜଣାପଡିଛି।

ନିର୍ବାଚନୀ ଋତୁରେ ଆଉ ଏକ ନାମ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କର ମଧ୍ୟ ରହିଛି। ସେ ମଧ୍ୟ ଚାହୁଁଛନ୍ତି ରାଜନୀତିରେ ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ। ଏଥି ପାଇଁ ସେ ପୂର୍ବରୁ ଘୋଷଣା ମଧ୍ୟ କରିସାରିଛନ୍ତି। ସେ ଆନନ୍ଦପୁର ସାହିବରୁ ନିର୍ବାଚନ ଲଢିବା କଥା ସ୍ପଷ୍ଟ କରିଛନ୍ତି। କିନ୍ତୁ କେଉଁ ଦଳରୁ ଠିଆ ହେବେ ତାହାର ଖବର ନାହିଁ। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଆନନ୍ଦପୁର ସାହିବ ଲୋକସଭା ଆସନରୁ କଂଗ୍ରେସ ସାଂସଦ ମନିଷ ତିୱାରୀ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି।




[ad_2]

Leave a Reply

Your email address will not be published. Required fields are marked *

Back to top button