ସ୍ୱାସ୍ଥ୍ୟ

ମଧୁମେହ ରୋଗୀଙ୍କ ପାଇଁ ଧନିଆ

ସୁସ୍ଥ ଜୀବନଯାପନ ପାଇଁ ପୌଷ୍ଟିକ ଖାଦ୍ୟପେୟ ନିତ୍ୟାନ୍ତ ଜରୁରୀ। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ସଠିକ ଖାଦ୍ୟପାୟର ଆବଶ୍ୟକତା ଯଥେଷ୍ଟ ଅଧିକ ରହିଛି । କାରଣ ସଠିକ ଖାଦ୍ୟପେୟ ହିଁ ମଧୁମେହର କୁପ୍ରଭାବ ରୋକିବାରେ ସହାୟକ ହୋଇଥାଏ।
ଖାଦ୍ୟପେୟ ବ୍ୟତୀତ ରୋଷେଇରେ ବ୍ୟବହୃତ ହେଉଥିବା ଧନିଆ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। ମଧୁମେହରେ ସବୁଠୁ ବଡ଼ ସମସ୍ୟା ସୁଗାର ଲେବଲକୁ ନେଇ ହୋଇଥାଏ। ଆଉ ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ ଧନିଆ ବେଶ୍ ସହାୟୀ ହୋଇଥାଏ। ଧନିଆରେ କମ୍ ଗ୍ଲାଇସେନିକ ଇଣ୍ଡେକ୍ସ ଫୁଡ ରହିଛି। ଗ୍ଲାଇସେନିକ ଇଣ୍ଡେକ୍ସ ଖାଦ୍ୟରେ ଶ୍ୱେତସାରର ମାତ୍ରାକୁ ମାପିଥାଏ।
ଖାଦ୍ୟରେ ବ୍ଲଡ ସୁଗାରର ମାତ୍ରା କିପରି ପ୍ରଭାବ ପକାଉଛି ତାହା ଏହି ଇଣ୍ଡେକ୍ସ ଜରିଆରେ ଜଣାପଡ଼ିଥାଏ। କମ୍ ଜିଆଇ ସ୍ତର ଥିବା ଖାଦ୍ୟ ପଦାର୍ଥକୁ ହଜମ କରିବାରେ ସହାୟକ ହୋଇଥାଏ। ଏତଦବ୍ୟତୀତ ଧନିଆରେ ପ୍ରଚୁର ପରିମାଣରେ ଫାଇବର ଥାଏ ଯାହାକି ସୁଗାର ଲେଭଲ କମ୍ କରିଥାଏ।

Leave a Reply

Your email address will not be published. Required fields are marked *

Back to top button