ସ୍ୱାସ୍ଥ୍ୟ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଅସନବାହାଳୀ ଗାଁର ଭବାନୀ ଶଙ୍କର । ଧର୍ମଶାଳା ଥାନା ଅଧୀନ ତରାପୁର ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଭବାନୀଙ୍କ ମାଆ ରଂଜିତା ସିଂ ନିଆଳି ଥାନାରେ ପୋଲିସ ASI ଭାବେ କାର୍ଯ୍ୟରତ ଅଛନ୍ତି ।

ଗତକାଲି ସନ୍ଧ୍ୟାରେ ଭାବନୀ ଏକ କାରରେ ତରାପୁର ପାହାଡ଼ ନିକଟକୁ ଆସିଥିଲେ । କୌଣସି କାରଣରୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୁଇ ଜଣ ଯୁବକ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ନିଶା କାରବାରକୁ ନେଇ ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Back to top button