ଖେଳ ଖବର

ବକ୍ସିଂ କୁଇନ ସ୍ୱିଟୀ, କବାଡି ଖେଳାଳି ଦୀପକ ବିଜେପିରେ ସାମିଲ – Sahana Mela

[ad_1]


ନୂଆଦିଲ୍ଲୀ: ବକ୍ସିଂ କୁଇନ ଭାବେ ପରିଚିତ ସ୍ୱିଟୀ ବୁରା ଓ ତାଙ୍କ କବାଡି ଖେଳାଳି ପତି ଦୀପକ ହୁଡ୍ଡା ବିଜେପିରେ ସାମିଲ ହୋଇଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ସେମାନେ ଏହି ନିଷ୍ପତି ନେଇଛନ୍ତି । ସ୍ୱିଟୀ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଅନେକ ପଦକ ଜିତିଛନ୍ତି । ହରିୟାଣାର ଏହି ଖେଳାଳିଙ୍କ ବିଜେପିର ଯୋଗଦାନ ଯୁବପିଢ଼ୀଙ୍କୁ ଆକର୍ଷିତ କରିବ ବୋଲି ଅନୁମାନ କରାଯାଉଛି । ଉଭୟ ପତି ପତ୍ନୀ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୀପକ ଆନ୍ତର୍ଜାତୀୟସ୍ତରରେ ଭାରତ ପକ୍ଷରୁ କବାଡିରେ ପ୍ରତିନିଧିତ୍ୱ କରିଛନ୍ତି ।

ସେ କବାଡି ପ୍ରଶଂସକଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ଭାରତୀୟ କବାଡି ଇତିହାସରେ ତାଙ୍କ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ଗଣତି କରାଯାଏ । ହରିୟାଣାର ଯୁବପିଢ଼ୀ ଖେଳ ପ୍ରତି ବିଶେଷ ଭାବେ ଆକୃଷ୍ଟ ହେଉଥିବାରୁ ଏହି ଦୁଇ ଆଥଲେଟଙ୍କ ଯୋଗଦାନ ବିଜେପିକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button