୩୨୫ କେଜି ଗଞ୍ଜେଇ ଜବତ – Sahana Mela

[ad_1]
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୩୨୫ କେଜି ଗଞ୍ଜେଇ ନେଇ ଯାଉଥିଲେ ପୋଲିସ ପିଛା କରିବାରୁ ଗାଡି ଛାଡି ଚମ୍ପଟ ମାରିଲେ ୩ ଗଞ୍ଜେଇ ମାଫିଆ | ମୟୁରଭଞ୍ଜ ଜିଲ୍ଲା ଯଶୀପୁର ପୋଲିସକୁ ପୁଣି ମିଳିଛି ସଫଳତା | ସପ୍ତାହେ ଆଗରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରି ୨ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଧରିବାରେ ସଫଳ ହୋଇଛି |
ତେବେ ଟଙ୍ଗାବିଲା ନିକଟରେ ଯଶୀପୁର ପୋଲିସ୍ ପେଟ୍ରଲିଂ କରୁଥିବା ବେଳେ କେନ୍ଦୁଝର ପଟୁ ଆସୁଥିବା ଏକ ଫର୍ଚୁନର କାର୍ ନମ୍ବର OR02-BD-0151 ହଠାତ୍ ୨୨୦ ନଂ ଜାତୀୟ ରାଜପଥ ଦେଇ କରଞ୍ଜିଆ ଆଡକୁ ଦୃତ ଗତିରେ ଚାଲିଯାଉଥିଲା, ପୋଲିସ୍ ସନ୍ଦେହ କରି ଗାଡ଼ିକୁ ପିଛା କରୁଥିବା ବେଳେ ଟଙ୍ଗାବିଲା ଜଙ୍ଗଲ ନିକଟରେ ଗାଡ଼ି ଛାଡି ୩ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲେ ।
ପୋଲିସ୍ ଗାଡ଼ି ନିକଟରେ ପହଞ୍ଚି ଗାଡ଼ି ଦେଖିଲା ବେଳକୁ ଗାଡ଼ିରେ ଭର୍ତ୍ତି ହୋଇଥିଲା ଗଞ୍ଜେଇ ତୁରନ୍ତ ଗାଡ଼ିକୁ ଜବତ୍ କରି ଯଶିପୁର ଥାନାକୁ ଆଣିଥିଲା। ତେବେ ଜବତ୍ ଗଞ୍ଜେଇର ପରିମାଣ ୩୨୫ କେଜି ଜଣା ପଡ଼ିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏ ନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
[ad_2]