ଆଜି ଭାରତ ବନ୍ଦ ଡାକରା – Sahana Mela

[ad_1]
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଚାଷୀଙ୍କର ଭାରତ ବନ୍ଦ ଡାକରା । ଏମଏସପି ଗ୍ୟାରେଣ୍ଟି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଚାଲିଛି ଆନ୍ଦୋଳନ । ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ଦେବାକୁ ଦାବି କରି କୃଷକ ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ଅପରାହ୍ନ ୪ଟା ଯାଏ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି।
ଏହାକୁ ଦୃଷ୍ଟିରେ ରଖି ନୋଏଡା ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ବିନା ଅନୁମତିରେ ଏକାଠି ହେବା ଉପରେ କଟକଣା ଲାଗୁ କରାଯାଇଛି । ତେବେ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଟ୍ରକ ସଂଘ ସମେତ ବିଭିନ୍ନ ସଂଗଠନ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ତେବେ ଏହି ବନ୍ଦର ପ୍ରଭାବ ଆଂଶିକ ରହିବ ବୋଲି ଆଲୋଚନା ହେଉଛି । ଅନେକ ସେବା ବାଧାପ୍ରାପ୍ତ ହେବାକୁ ଥିବାବେଳେ ବ୍ୟାଙ୍କ ଖୋଲା ରହିବା ନେଇ ସୂଚନା ରହିଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ସୂଚନା ଅନୁସାରେ, ସକାଳୁ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଗ୍ରାମୀଣ କ୍ଷେତ୍ରରେ ପରିବହନ, ଅଫିସ, ଦୋକାନ ବଜାର ଏବଂ ଶିଳ୍ପ କାରଖାନା ବନ୍ଦ ରହିବ । ତେବେ ଆମ୍ବୁଲାନ୍, ପରୀକ୍ଷାର୍ଥୀ, ଔଷଧ ଦୋକାନ, ବିବାହ କାର୍ଯ୍ୟକ୍ରମ ଇତ୍ୟାଦି ଏଥିରେ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି ।
ସୂଚନା ଅନୁସାରେ, ପଞ୍ଜାବରୁ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ସେମାନଙ୍କୁ ହରିୟାଣା ପୋଲିସ ଅଟକ ରଖିଛି । ଏହାରି ଭିତରେ ଗତକାଲି(ଗୁରୁବାର) ସନ୍ଧ୍ୟାରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ ।
[ad_2]