ରାଜନୀତି

କାହିଁକି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ? – Sahana Mela

[ad_1]


ଭୁବନେଶ୍ୱର:ଓଡ଼ିଶା ଆସିବେ ବିଜେପିର କେନ୍ଦ୍ରୀୟ ବରିଷ୍ଠ ନେତା। ଘନ ଘନ ନେତାଙ୍କ ଆଗମନରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏବେ ବେଶ ସରଗରମ। ଓଡ଼ିଶା ଗସ୍ତରେ ଦଳର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ୧୩ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମଧ୍ୟାହ୍ନ ୧୨ ଟାରେ ଭୁବନେଶ୍ୱର ପହଂଚିବା ପରେ ସିଧା ଜଗତସିଂହପୁର ଗସ୍ତ କରିବେ। ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀ ଚୌହାନ ପ୍ରସିଦ୍ଧ ମା ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ। ଏହା ପରେ ଶ୍ରୀ ଚୌହାନ ସଂଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ। କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଶ୍ରୀ ଚୌହାନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି।

ତେବେ ମାମା ରୂପେ ଜଣା ଶୁଣା ରାଜନୀତଜ୍ଞ ହେଉଛନ୍ତି ଶିବରାଜ ସିଂ ଚୌହାନ। ଯାହାଙ୍କର ଓଡ଼ିଶା ଆସିବା ପରେ ରାଜ୍ୟ ବିଜେପି ଉପରେ ବହୁ ପ୍ରଭାବ ପଡ଼ିବ। କାରଣ ତାଙ୍କର ଅଭିଜ୍ଞତା ମଧ୍ୟପ୍ରଦେଶ ରାଜନୀତିରେ ବିଜେପିକୁ ସଫଳତା ହତେଇବାରେ ଭରପୁର ସାହାଯ୍ୟ କରିଥିଲା। ରାଜ୍ୟରେ ଯେତେବେଳେ ଡବଲ ଇଞ୍ଜିନ ସରକାରର ପ୍ରସ୍ତୁତି କରୁଛି ଦଳ, ସେହି ସମୟରେ ଶିବରାଜଙ୍କ ଗୁରୁମନ୍ତ୍ର ଓଡ଼ିଶା ବିଜେପି ପାଇଁ ଆବଶ୍ୟକ। ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ରାଜ୍ୟରେ ଉଭୟ ଶାସକ ଓ ନିଜ ଦଳ ବିଜେପିର ସ୍ଥିତିକୁ ଯାଞ୍ଚ କରିବା ଓ ଦଳକୁ ମଜଭୁତ କରିବା ପାଇଁ ଆବଶ୍ୟକୀୟ ସ୍ଥଳେ ଉଚିତ୍ ପଦକ୍ଷେପ ନେବାରେ ତାଙ୍କର ପରାମର୍ଶ ଯଥେଷ୍ଟ ଆବଶ୍ୟକ ବୋଲି ହାଇ କମାଣ୍ଡ ଭାବୁଛନ୍ତି। ଯେଉଁଥି ପାଇଁ ତାଙ୍କୁ ଓଡ଼ିଶା ଆସିବା ପାଇଁ ଭାବିଛି କେନ୍ଦ୍ର ବିଜେପି।




[ad_2]

Leave a Reply

Your email address will not be published. Required fields are marked *

Back to top button