ରାଜନୀତି

ମହିଳା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ମହିଳା କଂଗ୍ରେସ ଅଧ୍ୟକ୍ଷା – Sahana Mela

[ad_1]


ଭୁବନେଶ୍ୱର: ଓଡ଼ିଶାରେ ବଢୁଥିବା ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ନବୀନ ପଟ୍ଟନାୟକ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଅଲକା ଲାମ୍ବା।

ପ୍ରତିଦିନ ୭ ଜଣ ମହିଳା ଯୌନ ନିର୍ଯାତନାର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳିକା ଅଛନ୍ତି। ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି। ନିଖୋଜ ଶିଶୁଙ୍କ ମାମଲା ମଧ୍ୟ ସେତିକି ଉଦବେଗଜନକ। ମାନବ ଚାଲାଣରେ ଏହା ଏକ ନମ୍ବର ରାଜ୍ୟ ଏବଂ ଅଧିକାଂଶ ପୀଡ଼ିତା ମହିଳା ବୋଲି ସେ ନ୍ୟାସନାଲ କ୍ରାଇମ ରେକର୍ଡକୁ ଉଦାହରଣ ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ମହିଳା କଂଗ୍ରେସ କର୍ମୀମାନେ ପ୍ରତି ଜିଲ୍ଲା ଓ ବ୍ଲକଗସ୍ତ କରି ରାଜ୍ୟର ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପାଇଁ ଲଢ଼େଇ କରିବେ। ଓଡ଼ିଶାର ଆଦିବାସୀ ଜିଲ୍ଲାରେ ୭୪ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାରେ ପୀଡ଼ିତ। ଜାତୀୟ ହାର ତୁଳନାରେ ରାଜ୍ୟରେ ନଷ୍ଟ ଓ ପୁଷ୍ଟିହୀନତା ଶିଶୁ ଜନ୍ମ ମଧ୍ୟ ବହୁତ ଅଧିକ। ଏବେ ବି ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ରାଜ୍ୟରେ ଡାକ୍ତରଖାନା ନିଆଯାଉଛି।

ସରକାର ୭୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏସଏଚଜି ସଦସ୍ୟଙ୍କ ଅର୍ଥନୈତିକ ସଶକ୍ତୀକରଣର ବଡ଼ ଦାବି ଏକ ଖୋଲା ମିଛ, କାରଣ ସେମାନଙ୍କ ରୋଜଗାର ଦୈନିକ ମାତ୍ର ୧୭.୬୭ ପଇସା ବୋଲି ସେ ଦାବି କରିଛନ୍ତି।

ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ହିଂସାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଅଭିମୁଖେ ପଦଯାତ୍ରା ବେଳେ ଅଳକା ଲାମ୍ବା ଓ ବାହିନୀପତିଙ୍କ ନେତୃତ୍ୱରେ ମହିଳା କଂଗ୍ରେସ କର୍ମୀ ସହ ପୁଲିସ କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା।



[ad_2]

Leave a Reply

Your email address will not be published. Required fields are marked *

Back to top button