ଦେଶ- ବିଦେଶ

‘ପିଏମ ସୂର୍ଯ୍ୟ ଘର’ ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ – Sahana Mela

[ad_1]


ନୂଆଦିଲ୍ଲୀ:’ପିଏମ ସୂର୍ଯ୍ୟ ଘର’ ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମଙ୍ଗଳବାର ସେ ଏହି ଯୋଜନାକୁ ନେଇ ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି ୭୫ ହଜାର କୋଟି ନିବେଶ ଦ୍ବାରା ଏକ କୋଟି ଘର ଉପରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ ଦ୍ବାରା ବିଜୁଳି ବ୍ୟବସ୍ଥା କରାଯିବ। ଏହି ସିଷ୍ଟମ ଲଗାଇବା ଫଳରେ ଏହି ଘରମାନଙ୍କରେ ୩୦୦ ୟୁନିଟ୍ସ ପର୍ଯ୍ୟନ୍ତ ବିଜୁଳି ରିହାତିରେ ଦିଆଯାଇପାରିବ।

ଏହି ଯୋଜନାର ସୁବିଧା ବଢାଇବା ପାଇଁ ସମସ୍ତ ହିତାଧିକାରୀ ଏକ ଜାତୀୟ ଅନଲାଇନ୍ ପୋର୍ଟାଲ ସହିତ ସଂଯୁକ୍ତ ହେବେ। ପ୍ରଧାନମନ୍ତ୍ରୀ କହିଛନ୍ତି ରୁଫଟପ୍‌ ସୋଲାର ସିଷ୍ଟମକୁ ଲୋକପ୍ରିୟ କରିବା ଠାରୁ ଆରମ୍ଭ କରି ପ୍ରୋତ୍ସାହିତ କରିବା ପାଇଁ ପୌର ପରିଷଦ ଏବଂ ପଞ୍ଚାୟତରେ ପ୍ରୋତ୍ସାହନ ଦିଆଯିବ। ଏହାର ଫାଇଦା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଏହି ଯୋଜନା ଦ୍ବାରା ଲୋକଙ୍କୁ ନିଜ ଆୟ ବଢ଼ାଇବା ପାଇଁ ସହାୟକ ହେବ, ବିଜୁଳି ବିଲ୍‌ କମିବ ଏବଂ ରୋଜଗାର ନୂଆ ଅବସର ସୃଷ୍ଟି ହେବ। ଏହି ଯୋଜନାର ଲାଭ ନେବା ପାଇଁ pmsuryaghar.gov.inରେ ଆବେଦନକାରୀ ଆବେଦନ କରିପାରିବେ।

ପୂର୍ବ ସୂଚନା ଅନୁସାରେ, ଫେବୃଆରୀ ୧ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରୁଫ୍‌ଟପ୍‌ ସୋଲାର ଏବଂ ମାଗଣା ବିଜୁଳି ଯୋଜନା ଆଣିବାକୁ ଘୋଷଣା କରିଥିଲେ। ଏହି ଯୋଜନା ଦ୍ବାରା ଏକ କୋଟି ଘରକୁ ପ୍ରତିମାସରେ ୩୦୦ ୟୁନିଟ୍‌ ବିଜୁଳି ରିହାତିରେ ଦିଆଯାଇପାରିବ। ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ ଜଣେ ବିଜୁଳି ବିଲରେ ବାର୍ଷିକ ୧୫ ହଜାରରୁ ୧୮ ହଜାର ଟଙ୍କା ସଞ୍ଚୟ କରିପାରିବ।

ଏହି ଯୋଜନା ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବ ଏବଂ ବହୁ ଅର୍ଥ ସଞ୍ଚୟ କରିବ। ସରକାରୀ ଚାକିରିରେ ନିୟୋଜିତ ନଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଲାଭ ଉପଲବ୍ଧ ହେବ। ଏଥିସହ ହିତାଧିକାରୀଙ୍କ ବାର୍ଷିକ ଆୟ ୧.୫ ଲକ୍ଷରୁ ଅଧିକ ନା ହୋଇଥିବା ଆବଶ୍ୟକ।




[ad_2]

Leave a Reply

Your email address will not be published. Required fields are marked *

Back to top button