ବିବାହ ପାଇଁ ନିଜ ଅଟୋରେ ହୋର୍ଡିଂ ଲଗାଇଲେ ଚାଳକ – Sahana Mela
[ad_1]
ଭୋପାଳ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଜଣେ ୨୯ ବର୍ଷୀୟ ଇ-ରିକ୍ସା ଚାଳକ ନିଜର ବୈବାହିକ ସ୍ଥିତି ଓ ଯୋଗ୍ୟତାର ବିଜ୍ଞାପନ ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ଦୀପେନ୍ଦ୍ର ରାଠୋର ତାଙ୍କ ଗାଡିରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି, ଯେଉଁଥିରେ ଇଚ୍ଛୁକ ଯୁବତୀଙ୍କୁ ବିବାହ ପାଇଁ ତାଙ୍କ ସହ ଯୋଗାଯୋଗ କରିବାକୁ ଆମନ୍ତ୍ରଣ କରାଯାଇଛି।
ରାଠୋର କହିଛନ୍ତି ଯେ ସେ ଜାତି କିମ୍ବା ଧର୍ମ ନିର୍ବିଶେଷରେ ଯେକୌଣସି ମହିଳାଙ୍କୁ ବିବାହ କରିବାକୁ ରାଜି ଅଛନ୍ତି। ସେ କହିଛନ୍ତି ଯେ ସେ ଏକ ‘ମ୍ୟାରେଜ୍ ଗ୍ରୁପ୍’ ଜରିଆରେ କନ୍ୟା ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଜ ସହରରୁ କୌଣସି ଉପଯୁକ୍ତ ପାତ୍ରୀ ପାଇ ପାରିନଥିଲେ। ତେଣୁ ସେ ପଦକ୍ଷେପ ନେଇ ହୋର୍ଡିଂ ଜରିଆରେ ନିଜର ବ୍ୟକ୍ତିଗତ ତଥ୍ୟ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ହୋର୍ଡିଂରେ ରାଠୋରଙ୍କ ଉଚ୍ଚତା, ଓଜନ, ଜନ୍ମ ତାରିଖ ଓ ସମୟ, ବ୍ଲଡ୍ ଗ୍ରୁପ୍, ଶିକ୍ଷାଗତ ଯୋଗ୍ୟତା, ‘ଗୋତ୍ର’ ଏବଂ ଫୋନ୍ ନମ୍ବର ପ୍ରଦର୍ଶିତ ହୋଇଛି। ରାଠୋର କହିଛନ୍ତି ଯେ ଯଦି ସେ ଦମୋହ ବାହାରୁ ଆସିଥିବା ଜଣେ ମହିଳାଙ୍କ ସହ ମେଳ ଖାଏ ବା ମନ ମିଶିବ ତେବେ ତାଙ୍କୁ ବିବାହ କରିବାକୁ ମଧ୍ୟ ସେ ଇଚ୍ଛୁକ। ସେ କହିଛନ୍ତି ଯେ ତାଙ୍କ ପିତାମାତା ତାଙ୍କର ଅଣପାରମ୍ପରିକ ଆଭିମୁଖ୍ୟକୁ ସମର୍ଥନ କରନ୍ତି, କାରଣ ସେମାନେ ପୂଜାରେ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କ ପାଇଁ ଝିଅ ଖୋଜିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ।
ନିଜ ଇ-ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିବା ରାଠୋର କହିଛନ୍ତି ଯେ ସେ ତାଙ୍କ ଭବିଷ୍ୟତ ପତ୍ନୀଙ୍କୁ ସବୁବେଳେ ଖୁସିରେ ରଖିବେ। ସେ ଆଶା କରନ୍ତି ଯେ ତାଙ୍କ ହୋର୍ଡିଂ ଦ୍ବାରା ସେ ତାଙ୍କ ଜୀବନସାଥୀ ଖୁବଶୀଘ୍ର ପାଇବେ।
[ad_2]