ନାତୁଣୀ ବାହାଘର ଉତ୍ସବରେ ଝୁମିଲେ ଧର୍ମେନ୍ଦ୍ର – Sahana Mela

[ad_1]
ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ତାଙ୍କ ନାତୁଣୀ ନିକିତାଙ୍କ ବାହାଘର ଉତ୍ସବରେ ଯୋଗ ଦେଇଥିଲେ । ଏହି ବାହାଘର ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହୋଇଥିଲା । ଏହି ବାହାଘର ଉତ୍ସବର ଏକ ଭିଡିଓ ନିଜେ ଧର୍ମେନ୍ଦ୍ର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି । ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘‘ମୋର ଗେହ୍ଲୀ ନାତୁଣୀର ବିବାହ ଉତ୍ସବର ଏହି ଖୁସି ମୁହୁର୍ତ୍ତ ।’’
ଧର୍ମେନ୍ଦ୍ରଙ୍କ ଏହି ଭିଡିଓକୁ ଦେଖି ବହୁ ପ୍ରଶଂସକ ତାଙ୍କୁ ଭଲ ପାଇବା ଦେଇଛନ୍ତି । ଜଣେ ୟୁର୍ଜସ ଲେଖିଛନ୍ତି, ‘‘ବୟସକୁ ପଛରେ ପକାଇ ଖୁସିରେ ଝୁମୁଛନ୍ତି ।’’ ସେହିପରି ଅଭିନେତା ତଥା ତାଙ୍କ ଦୁଇ ପୁଅ ସନ୍ନି ଓ ବୋବି ଦେଓଲ ମଧ୍ୟ ଭିଡିଓକୁ ଲାଇକ୍ କରିଛନ୍ତି । ସନ୍ନି ଦେଓଲ ବିବାହର କିଛି ଫୋଟ ଶେୟାର କରିଛନ୍ତି । ସେ ପିନ୍ଧିଥିବା ଶେରୱାନି ଏବଂ ଗୋଲାପୀ ପଗଡିରେ ସୁନ୍ଦର ଦେଖାଯାଉଥିଲେ । ସେ କ୍ୟାପସନରେ ଲେଖିଛନ୍ତି,”ପ୍ରେମ ବିସ୍ତାର କର ଏବଂ ଖୁସିରେ ରୁହ।”
ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ବଡ଼ ଝିଅ ଅଜିତା ଦେଓଲଙ୍କ ଝିଅ ହେଉଛନ୍ତି ନିକିତା । ଅଜିତା ଦେଓଲ ଆମେରିକାରେ ରୁହନ୍ତି । ସେ ଫିଲ୍ମ ଦୁନିଆରୁ ଦୂରରେ ରୁହନ୍ତି ।
ଧର୍ମେନ୍ଦ୍ରଙ୍କୁ ଶାହିଦ କପୁର ଏବଂ କ୍ରତି ସେନନଙ୍କ ଫିଲ୍ମ ‘ତେରୀ ବାତମେ ଏସା ଉଲଝା ଜିଆ’ରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ତାଙ୍କୁ ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ସହ ‘ରକି ଅର ରାନୀ କି ପ୍ରେମ କାହାନି’ରେ ଦେଖିବାକୁ ମିଳିଥିଲା।
[ad_2]