ମନୋରଞ୍ଜନ

ଡାକ୍ତରରୁ ହିରୋ ହେବେ ମାଧୁରୀଙ୍କ ସ୍ୱାମୀ ! ଫିଲ୍ମରେ କରିବେ ରୋମାନ୍ସ – Sahana Mela

[ad_1]


ମୁମ୍ବାଇ: ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଡ. ଶ୍ରୀରାମ ନେନେ ବଲିଉଡର ପାୱାର କପଲ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯେତିକି ଭଲ ସେତିକି ବେମିସାଲ ମଧ୍ୟ। ନିକଟରେ ଗୋଆରେ ଆୟୋଜିତ ଆଇଏଫଏଫଆଇ (IFFI) ୨୦୨୩ରେ ଭାରତୀୟ ଚଳଚ୍ଚିତ୍ରରେ ଅବଦାନ ପାଇଁ ମାଧୁରୀଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଘଟଣାରେ ତାଙ୍କ ସ୍ବାମୀ ମଧ୍ୟ ମାଧୁରୀଙ୍କୁ ସମର୍ଥନ କରିବାକୁ ଆସିଥିଲେ। ଏଠାରେ ମାଧୁରୀଙ୍କ ସ୍ୱାମୀ ଏପରି କିଛି ମନ୍ତବ୍ୟ ଦେଇଥିଲେ ଯେଉଁଥିରେ ମନେ ହେଉଥିଲା ଡ. ଶ୍ରୀରାମ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି।

ମାଧୁରୀ ୧୯୯୯ରେ ଡ. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ ଅଛନ୍ତି। ବିବାହର ବହୁ ବର୍ଷ ପରେ ମଧ୍ୟ ମାଧୁରୀ ଏବଂ ଶ୍ରୀରାମ ନେନେଙ୍କ ମଧ୍ୟରେ ସମ୍ପର୍କ ଅତୁଟ ହୋଇ ରହିଛି। ଗୋଆରେ ଆୟୋଜିତ ଆଇଏଫଏଫଆଇ କାର୍ଯ୍ୟକ୍ରମରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ଅଭିନୟରେ ପାଦ ଦେବା ପାଇଁ ତାଙ୍କ ସ୍ୱାମୀଙ୍କର କୌଣସି ଯୋଜନା ଅଛି କି। ଏହି ପ୍ରଶ୍ନ ଉପରେ ଅଭିନେତ୍ରୀ କହିଛନ୍ତି- ସେ ଜଣେ ସର୍ଜନ, ଜଣେ ଡାକ୍ତର। କିନ୍ତୁ ଏନେଇ ଡ. ନେନେ କହିଛନ୍ତି, ବର୍ତ୍ତମାନ ମାଧୁରୀଙ୍କ ସ୍ବାମୀ ଡକ୍ଟର ନେନେ ଅଭିନୟରେ ପାଦ ଦେବେ କି ନାହିଁ ତାହା ସମୟ ଆସିଲେ ଜଣାପଡିବ। ଏହି ମନ୍ତବ୍ୟକୁ ନେଇ ତାଙ୍କର ପ୍ରଶଂସକ ବେଶ ଖୁସି ହୋଇଛନ୍ତି।

ଅନ୍ୟପଟେ ଯଦି ଆମେ ମାଧୁରୀ ଦୀକ୍ଷିତଙ୍କ ବିଷୟରେ ଆଲୋଚନା କରିବା ତେବେ ଚଳଚ୍ଚିତ୍ରରେ ଯାଦୁ ଦେଖାଇବା ପରେ, ସେ ଓଟିଟି ପ୍ଲାଟଫର୍ମରେ ପ୍ରଶଂସକଙ୍କ ହୃଦୟ କିଣିନେଇଛନ୍ତି। ମାଧୁରୀ ଦୀକ୍ଷିତଙ୍କୁ ଶେଷଥର ପାଇଁ ୱେବ୍ ସିରିଜ ଦି ଫେମ୍ ଗେମରେ ଦେଖିବାକୁ ମିଳିଥିଲା। ଏହା ବ୍ୟତିତ ସେ ବିଭିନ୍ନ ଜ୍ୟାନ୍ସ, ପ୍ରୋଗ୍ରାମରେ ଜଜ ହିସାବରେ ମଧ୍ୟ ନଜର ଆସିଛନ୍ତି। ଆଉ ତାଙ୍କ ପ୍ରଶଂସକ ବହୁତ ଖୁସି ମଧ୍ୟ ହୁଅନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button