ମନୋରଞ୍ଜନ

ପତ୍ନୀଙ୍କ ଦ୍ବାରା ମାନସିକ ନିର୍ଯାତନା ନେଇ ପୋଲିସ ଆଗରେ ଗୁହାରୀ କଲେ ମହାଭାରତ ଫେମ୍ ନୀତିଶ ଭରଦ୍ବାଜ – Sahana Mela

[ad_1]


ଭୋପାଳ: ସବୁଠୁ ଲୋକପ୍ରିୟ ଟିଭି ସିରିଏଲ ‘ମହାଭାରତ’ରେ ଭଗବାନ କୃଷ୍ଣଙ୍କ ଚରିତ୍ର ଅଭିନୟ କରିଥିବା ଅଭିନେତା ତଥା ରାଜନେତା ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ବିରୁଦ୍ଧରେ ଏକ ମାମଲା ଦାଏର କରିଛନ୍ତି । ଭେଟେରାନ୍ ଅଭିନେତା ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତିତ ହେଉଥିବା ଅଭିଯୋଗ କରି ଭୋପାଳ ପୋଲିସକୁ ଏକ ମେଲ ପଠାଇଛନ୍ତି । ଆଉ ଏଥିରୁ ତାଙ୍କୁ ମୁକୁଳାଇବାକୁ ଭୋପାଳ ପୋଲିସଙ୍କୁ ଅନୁରୋଧ କରିଛନ୍ତି ।

ନୀତିଶ ଭରଦ୍ୱାଜ ଭୋପାଳ ପୋଲିସ କମିଶନର ହରିନାରାୟଣ ମିଶ୍ରାଙ୍କ ସହାୟତା ଲୋଡିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀ ସ୍ମିତା ଭରଦ୍ବାଜ ତାଙ୍କ ଯାଆଁଳା ଝିଅଙ୍କ ସହ ତାଙ୍କର ଭେଟ କରାଇଦେଉନାହାନ୍ତି । ସେନେଇ ସେ ନିଜ ଦୁଇ ଝିଅଙ୍କ ସୁରଭା ପାଇଁ ସହାୟତା ମାଗିଛନ୍ତି ।

ପୋଲିସ କମିଶନର ଏହି ମାମଲାର ତଦନ୍ତକୁ ମହିଳା ଅତିରିକ୍ତ ଡିସିପିଙ୍କୁ ହସ୍ତାନ୍ତର କରିଛନ୍ତି । ଭରଦ୍ବାଜ ମେଲରେ ଉଲ୍ଲେଖ କରିଛନ୍ତି ଯେ, ୨୦୦୯ରେ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ସ୍ମିତା ଭରଦ୍ବାଜଙ୍କ ସହ ତାଙ୍କର ବିବାହ ହୋଇଥିଲା । ଏହା ପରେ ତାଙ୍କର ଦୁଇଟି ଯାଆଁଳା ଝିଅ ହୋଇଥିଲେ, ଯାହାଙ୍କୁ ବର୍ତ୍ତମାନ ୧୧ ବର୍ଷ ବୟସ ହୋଇସାରିଛନ୍ତି ।

ତାଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ ପତ୍ନୀଙ୍କ ଅପ୍ରୀତିକର ଆଚରଣ ଯୋଗୁଁ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ୨୦୧୯ ମସିହାରେ ଛାଡପତ୍ର ପାଇଁ ନୀତିଶ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ, ଯାହା ଏବେ ଯାଏଁ ତୁଟିନାହିଁ ।

ଘଟଣାରେ ଭୋପାଳ ପୋଲିସ କମିଶନର ହରିନାରାୟଣ ମିଶ୍ରା କହିଛନ୍ତି ଯେ, ନୀତିଶଙ୍କ ମେଲ ପାଇବା ପରେ ଘଟଣାର ଯାଞ୍ଚପ୍ରକ୍ରିୟା ଆରମ୍ଭ ହୋଇଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button