ଦେଶ- ବିଦେଶ

ବିଜେପିର ମଙ୍ଗଳ ପାଇଁ ମୋଦିଙ୍କୁ ଟିପ୍ସ ଦେଲେ ସୁବ୍ରମଣ୍ୟମ ସ୍ବାମୀ – Sahana Mela

[ad_1]


ନୂଆଦିଲ୍ଲୀ:ନିର୍ବାଚନ ବଣ୍ଡକୁ ବାତିଲ କରିବା ପରେ ସୁପ୍ରମକୋର୍ଟଙ୍କ ଏହି ନିଷ୍ପତ୍ତି ଏବେ ରାଜନୀତିକୁ ସରଗରମ କରିଦେଇଛି। ସେ ବି ନିର୍ବାଚନ ଠିକ୍ ପୂର୍ବରୁ। ଯାହାକୁ ନେଇ ଏବେ ଉଷ୍ମ ରାଜନୀତି ମଧ୍ୟରେ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ଭଲ ପାଇଁ ଦେଇଛନ୍ତି ଟିପ୍ସ। ସୁବ୍ରମଣ୍ୟମ ସ୍ବାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି। ସ୍ବାମୀ ଏହି ଯୋଜନାକୁ ଏକ୍ସ ରେ ତାଙ୍କ ପୋଷ୍ଟରେ ଏକ ସ୍କାମ ବୋଲି କହିଛନ୍ତି।

ସୁବ୍ରମଣ୍ୟମ ସ୍ବାମୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି ମୁଁ ଭାବୁଛି ପିଏମ ମୋଦି ଇସ୍ତଫା ଦେବା ଉଚିତ। କାରଣ ନିର୍ବାଚନ ବଣ୍ଡ ଏକ ମୂର୍ଖତାପୂର୍ଣ୍ଣ ଧାରଣା ଥିଲା ଏବଂ ଏହା ଏକ ବଡ଼ ଦୁର୍ନୀତିରେ ପରିଣତ ହେଲା। ଏହା ଦୁର୍ନୀତିର ମୁକାବିଲା ପାଇଁ ବିଜେପିର ଦାବିକୁ କ୍ଷତି ପହଞ୍ଚାଉଛି। ଦଳର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଇସ୍ତଫା ଦେବା ଉଚିତ।

ସୂଚନା ଅନୁସାରେ ସର୍ବୋଚ୍ଚ ଅଦାଲତ ରାଜନୈତିକ ଦଳମାନଙ୍କୁ ଆର୍ଥିକ ସହାୟତା ପ୍ରତିଶୋଧ ଭାବନା ସୃଷ୍ଟି କରିପାରେ କହି ଏହି ନିର୍ବାଚନ ବଣ୍ଡକୁ ଅନସାମ୍ବିଧନିକ ବୋଲି କହିଛନ୍ତି । ସରକାରଙ୍କ ଟଙ୍କା କେଉଁଠୁ ଆସୁଛି ଏବଂ କେଉଁଠିକୁ ଯାଉଛି ନାଗରିକମାନେ ଜାଣିବାର ଅଧିକାର ରହିଛି। ୫ଜଣିଆ ଖଣ୍ଡପୀଠ କହିଛନ୍ତି ଅଜ୍ଞାତ ନିର୍ବାଚନ ବଣ୍ଡ ଯୋଜନା ସୂଚନା ଅଧିକାର ଏବଂ ଧାରା ୧୯ (୧) (କ)ର ଉଲ୍ଲଂଘନ ଅଟେ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ବେଞ୍ଚ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି ବେଞ୍ଚରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ବିଆର ଗାଭାଇ, ଜେବି ପାରଦୀୱାଲା ଏବଂ ମନୋଜ ମିଶ୍ର ମଧ୍ୟ ସାମିଲ ଅଛନ୍ତି। କଳା ଟଙ୍କାକୁ ରୋକିବା ପାଇଁ ନିର୍ବାଚନ ବଣ୍ଡ କେବଳ ଏକ ଯୋଜନା ନୁହେଁ। ଏହା ପାଇଁ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଅଛି। ପ୍ରଧାନ ବିଚାରପତି କହିଛନ୍ତି କଳା ଟଙ୍କା ରୋକିବା ଉଦ୍ଦେଶ୍ୟରେ ସୂଚନା ଅଧିକାରର ଉଲ୍ଲଂଘନ ଯଥାର୍ଥ ନୁହେଁ।




[ad_2]

Leave a Reply

Your email address will not be published. Required fields are marked *

Back to top button