ଦେଶ- ବିଦେଶ

ମଝି ରାସ୍ତାରେ ଫାୟାରିଂ କଲେ ଯୁବତୀ; ଭାଇରାଲ ହେଲା ଭିଡିଓ – Sahana Mela

[ad_1]


ରାଜସ୍ଥାନ: ମଝି ରାସ୍ତାରେ ବନ୍ଧୁକରୁ ୭ ରାଉଣ୍ଡ ଫାୟାରିଂ କଲେ ଯୁବତୀ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିକୁ ଯୁବତୀ ଜଣକ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଦେଖିବା ପରେ ପୋଲିସ ଯୁବତୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ରାଜସ୍ଥାନର ଅଜମେରର ବାଲୁପୁରର ଶିବାନୀ ନାମକ ଜଣେ ଯୁବତୀ ହାତରେ ବନ୍ଧୁକ ଧରି ଗୁଳି ଚଳାଇବାର ଭିଡିଓ ଭାଇରାଲ ହୋଇଥିଲା । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିବା ପରେ ପୋଲିସ ିତତ୍ପର ହୋଇଉଠିଥିଲା । ଏହି ଘଟଣାରେ ପୋଲିସ ଶିବାନୀଙ୍କୁ ଗିରଫ କରିଥିଲା । ତେବେ ଗିରଫ ହେବା ପରେ ସେ ଯାହା କହିଲେ ପୋଲିସ ଚକିତ ହୋଇଛି । କାରଣ ଭିଡିଓ ଲାଗି ବ୍ୟବହୃତ କରିଥିବା ବନ୍ଧୁକଟି ନକଲି ହୋଇଥିବା ବେଳେ ସେ ଏହାକୁ ଆମାଜନରୁ କିଣିଥିବା କହିଛନ୍ତି ।

ସାଇବର କ୍ରାଇମ ୟୁନିଟ ସହାୟତାରେ ଖ୍ରୀଷ୍ଟିଆନ ଗଞ୍ଜ ପୋଲିସ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଶିବାନୀଙ୍କୁ ଟ୍ରାକ କରିଥିଲା । ଗିରଫ ହେବା ପରେ ଶିବାନୀଙ୍କୁ ପଚରାଉଚରା କରାଯାଇଥିଲା । ଭିଡିଓରେ ବ୍ୟବହୃତ ଅସ୍ତ୍ର ପ୍ରକୃତରେ ପ୍ରକୃତ ବନ୍ଧୁକ ନୁହେଁ ବୋଲି ଜଣାପଡିଛି । ଗିରଫ କରାଯିବା ପରେ ଶିବାନୀଙ୍କୁ ଏଡିଏମ୍ ସିଟିଙ୍କ ନିକଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ୨୦୦୦୦ ଟଙ୍କା ଦେୟରେ ଜାମିନ ମିଳିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button