ଦେଶର ଏହି ସହର ବିଶ୍ଵକୁ ଯୋଗାଏ ମଦ, ଜାଣନ୍ତୁ… – Sahana Mela
[ad_1]
ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ଯେକୌଣସି ବି ସେଲିବ୍ରେଶନ ହେଉନା କାହିଁକି ଲୋକମାନେ ୱାଇନ୍ ପିଉଥିବା ତ ଆପଣ ନିଶ୍ଚୟ ଦେଖିଥିବେ । ଭାରତରେ ଏକ ସମୟ ଥିଲା ଯେତେବେଳେ ଫ୍ରାନ୍ସ, ଇଟାଲୀ ସମେତ ଅନ୍ୟ ଦେଶରୁ ୱାଇନ ବା ମଦ ଆମଦାନୀ ହେଉଥିଲା । କିନ୍ତୁ ଆଜି ସାରା ବିଶ୍ୱରେ ଭାରତୀୟ ମଦକୁ ପସନ୍ଦ କରାଯାଏ । ଆଜି ଆମେ ଆପଣଙ୍କୁ ଭାରତର ସେହି ସହର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ସର୍ବାଧିକ ମଦ ଉତ୍ପାଦିତ ହୁଏ |
ଦୀର୍ଘ ଦିନରୁ ଭାରତର ନାସିକ୍ ସହରରେ ମଦ ତିଆରି କରାଯାଇଆସୁଛି। ବିଗତ ଦେଢ ଦଶନ୍ଧି ଧରି ନାସିକ୍ କୁ ଭାରତର ‘ୱାଇନ ରାଜଧାନୀ’ ବୋଲି କୁହାଯାଏ । ସମଗ୍ର ଭାରତରେ ଅଧିକାଂଶ ମଦ ମହାରାଷ୍ଟ୍ରର ନାସିକ ସହରରେ ଉତ୍ପାଦିତ ହୁଏ । ସମଗ୍ର ବିଶ୍ଵକୁ ନାସିକ୍ ମଦ ରପ୍ତାନୀ କରିଥାଏ । ଏହି ସହରରେ ହିଁ କେବଳ ୫୨ଟି ୱାଇନରୀ ଅଛି, ଯାହାକୁ ଚଳେଇବାକୁ ୮୦୦୦ ଏକର ଜମିରେ କେବଳ ଅଙ୍ଗୁର ଚାଷ କରାଯାଏ । ନାସିକ ଅନ୍ତର୍ଗତ ସବୁ ପ୍ରକାରର ଅଙ୍ଗୁର ଚାଷ ବିଷୟରେ କହିବାକୁ ଗଲେ ପାଖାପାଖି ୧୮,୦୦୦ ଏକର ଜମିରେ ଏହି ଚାଷ କରାଯାଏ । ନାସିକରେ ବହୁ ପରିମାଣରେ ଅଙ୍ଗୁର ଚାଷ କରାଯାଏ । ଏଠାରେ ଥିବା ମାଟି ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର | ଏଥିରେ ଲାଲ ଲାଟେରାଇଟ୍ ମିଳିଥାଏ | କେବଳ ମାଟି ନୁହେଁ ଏଠାରେ ଜଳ ବ୍ୟବସ୍ଥା ମଧ୍ୟ ବହୁତ ଭଲ | କାରଣ ଅଙ୍ଗୁର ଚାଷ ପାଇଁ ବହୁ ଜଳ ଆବଶ୍ୟକ ପଡିଥାଏ | ତେଣୁ ସେଠାରେ ଥିବା ୱାଇନରୀକୁ ୱାଇନ ତିଆରି କରିବାକୁ ସହଜରେ ଅଙ୍ଗୁର ମିଳିଯାଏ ।
ସୁଲା ୱାଇନୟାର୍ଡସର ସିଇଓ ରାଜୀବ ସୁରେଶ ସାମନ୍ତ କହିଛନ୍ତି ଯେ, ଯେତେବେଳେ ସେ ୧୯୯୦ ଦଶକରେ କାଲିଫର୍ଣ୍ଣିଆରୁ ତାଙ୍କ ଜନ୍ମମାଟି ଭାରତକୁ ଫେରିଥିଲେ ସେତେବେଳେ ସେ ଦେଶରେ ସ୍ଥାନୀୟ ମଦ ଅଭାବକୁ ତୁରନ୍ତ ଲକ୍ଷ୍ୟ କରିଥିଲେ। ଏହା ତାଙ୍କ ପାଇଁ ଏକ ଭଲ ସୁଯୋଗ ଭାବି ୧୯୯୯ରେ ସେ ନାଶିକ୍ ରେ ପ୍ରଥମ ୱାଇନରୀ ସୁଲା ୱାଇନୟାର୍ଡସ ଖୋଲିଥିଲେ | କାଲିଫର୍ଣ୍ଣିଆରେ ମଦ ତିଆରି ଉପରେ ଅଧ୍ୟୟନ କରିବା ପରେ ସେ ଆନ୍ତର୍ଜାତୀୟ ମାନର ମଦ ତିଆରି କରିବାର ସ୍ଵପ୍ନ ରଖିଥିଲେ । ତେବେ ସାମନ୍ତ କହିଛନ୍ତି ଯେ, ଭାରତରେ ପିଆଯାଉଥିବା ସମସ୍ତ ମାଦକ ପାନୀୟ ପଦାର୍ଥ ଭିତରେ ମଦର ଅଂଶ ପ୍ରାୟ ଦୁଇ ପ୍ରତିଶତ ହେବ । କିନ୍ତୁ ଏଠାରେ ଏହାକୁ ପିଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି |
[ad_2]