ଅପରାଧ

୨ ପେସାଦାର ଲୁଟେରାଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ – Sahana Mela

[ad_1]


ଚନ୍ଦକା: ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଟଙ୍କା ଲୁଟ କରିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ। ସୂଚନା ଅନୁସାରେ ଶୁକ୍ରବାର ରାତିରେ ଅଭିଯୋଗକାରୀ ଜଣକ ନିଜ କର୍ମ ସଂସ୍ଥାନରୁ ଚାଲିଚଲି ଘରକୁ ଫେରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ଏକ ମୋଟରସାଇକେଲ ଯୋଗେ ଆସି ତାଙ୍କୁ ରାସ୍ତାରେ ଅଟକାଇ ହଠାତ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି କ୍ଷତାକ୍ତ କରିଥିଲେ। ଏହାସହ ପାଖରେ ମୋବାଇଲ ଫୋନ ଏବଂ ଏକ ମନିପର୍ସ ଲୁଟି ନେଇଯାଇଥିଲେ।

ଉକ୍ତ ମନିପର୍ସରେ ଅଭିଯୋଗକାରୀଙ୍କ ୧୫୦୦ଟଙ୍କା ଥିଲା। ଏହି ଆକ୍ରମଣରେ ଅଭିଯୋଗକାରୀ ଜଣକ ଗୁରୁତର ଆହତ ହୋଇଥିବା ବେଳେ ସହକର୍ମୀ ମାନଙ୍କ ସହାୟତାରେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ଘଟଣାର ଅଭିଯୋଗ ପରେ ଚନ୍ଦକା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଲୁଟ ସାମଗ୍ରୀ ସହିତ ଘଟଣାରେ ବ୍ୟବହୃତ ମୋଟରସାଇକେଲ ଏବଂ ଏକ ଧାରୁଆ ଅସ୍ତ୍ରକୁ ଜବତ କରିଥିଲା ପୋଲିସ। ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ।

ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ସାଗର ଭୋଇଙ୍କ ନାମରେ ବାଲିଅନ୍ତା ଥାନାରେ ୬ଗୋଟି ମାମଲା ରହିଥିବା ବେଳେ ନିଆଳି ଥାନାରେ ଗୋଟିଏ ଏବଂ ଚନ୍ଦକା ଥାନାରେ ଦୁଇଗୋଟି ମାମଲା ରହିଛି। ସେହିପରି ଅଭିଯୁକ୍ତ ପ୍ରଶାନ୍ତ ଭୋଇଙ୍କ ନାମରେ ବାଲିଅନ୍ତା ଥାନାରେ ଗୋଟିଏ ମାମଲା ରହିଥିବା ବେଳେ ନିଆଳି ଥାନାରେ ଗୋଟିଏ ଏବଂ ଚନ୍ଦକା ଥାନାରେ ୨ଗୋଟି ମାମଲା ରହିଛି। ଅଭିଯୁକ୍ତ ଦୁହେଁ ଅଭ୍ୟାସଗତ ଭାବେ ବିଭିନ୍ନ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button