ଖେଳ ଖବର

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ ମ୍ୟାଚରେ ରାହୁଲ ଅଧିନାୟକ: ବିରାଟ, ରୋହିତଙ୍କୁ ବିଶ୍ରାମ – Sahana Mela

[ad_1]

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଅଧିନାୟକ ରୋହିତ ଶର୍ମା ଓ ଚୟନ କମିିଟି ମୂଖ୍ୟ ଅଜିତ ଅଗରକର ପ୍ରଥମ ୨ଟି ଦିନିକିଆ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦେଇଛନ୍ତି । କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ରବିଚନ୍ଦ୍ରନ ଅଶ୍ୱୀନ ଓ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସୁଯୋଗ ଦିଆଯାଥଇଛି । ତୃତୀୟ ଦିନିକିଆରେ ରୋହିତ ଓ କୋହଲି ଦଳକୁ ଫେରିବେ । ବିଶ୍ୱକପ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ମ୍ୟାଚ ଖେଳାଯିବ । ୨୨ ଡିସେମ୍ବରରେ ପ୍ରଥମ ମ୍ୟାଚ ମୋହାଲୀରେ ଆୟୋଜିତ ହେବ । ୨୪ ଓ ୨୭ରେ ଯଥାକ୍ରମେ ଇନ୍ଦୋର ଓ ରାଜକୋଟରେ ବାକି ୨ଟି ମ୍ୟାଚ ଖେଳାଯିବ । ଆଘାତ ସମସ୍ୟା ଯୋଗୁ ଅକ୍ଷର ପଟେଲଙ୍କୁ ପ୍ରଥମ ୨ଟି ମ୍ୟାଚ ପାଇଁ ବିଶ୍ରାମ ଦିଆଯାଇଛି ।

ପ୍ରଥମ ୨ଟି ମ୍ୟାଚ ପାଇଁ ଭାରତୀୟ ଦଳ: କେଏଲ ରାହୁଲ (ଅଧିନାୟକ), ଶୁଭମନ ଗିଲ, ରିତୁରାଜ ଗାଏକ୍ୱାଡ, ଶ୍ରେୟାଶ ଆୟାର, ଈଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ମହମ୍ମଦ ସାମୀ, ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ରବିଚନ୍ଦ୍ରନ ଅଶ୍ୱୀନ ଓ ୱାଶିଟନ ସୁନ୍ଦର ।
ତୃତୀୟ ମ୍ୟାଚ ପାଇଁ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ଈଶାନ କିଶାନ, ସୂର୍ଯ୍ୟକୁମାର ଯାଦବ,ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱୀନ ଓ ୱାଶିଂଟନ ସୁନ୍ଦର ।



[ad_2]

Leave a Reply

Your email address will not be published. Required fields are marked *

Back to top button