ଆଜି ରାଜ୍ୟ କ୍ୟାବିନେଟ,ମନ୍ତ୍ରୀପରିଷଦ ବୈଠକ – Sahana Mela

[ad_1]
ଭୁବନେଶ୍ୱର : ଶୁକ୍ରବାର ଦିନ ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଅତିରିକ୍ତ ବଜେଟ୍ର ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ପାଇଁ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ଓ ଅନୁମୋଦନ ଲାଭ କରିପାରେ ବୋଲି କୁହାଯାଉଛି। ଏହା ବାଦ୍ କ୍ୟାବିନେଟ୍ ବୈଠକରେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନଟ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଥିଲା । ନୂଆ ଯୋଜନା ଭାବରେ ନୂତନ ଉନ୍ନତ ଅଭିଳାଷ ବା ‘ନୂଆ’ ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଥିଲା । ସେହିପରି ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁର ମିଳିଥିଲା । ଏହାସହିତ ମିଲେଟ ମିଶନକୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା I ରାଜ୍ୟରେ ବର୍ତ୍ତମାନ ଭିତ୍ତିଭୂମି ନିର୍ମାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଧାର୍ମିକ ପୀଠ ରୂପାନ୍ତରଣ ସହ ୫-ଟି ଉପକ୍ରମ ଅଧିନରେ ରୂପାନ୍ତରଣ କାମ ଜାରି ରହିଛି। ତେଣୁ ଏହି କାର୍ଯ୍ୟଗୁଡ଼ିକର ସମ୍ପାଦନ ନିମନ୍ତେ ଆବଶ୍ୟକୀୟ ଅର୍ଥ ରାଶିର ଭରଣା ନିମନ୍ତେ ମନ୍ତ୍ରୀ ପରିଷଦ ବୈଠକରେ ୨୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରସ୍ତାବ ଆଗତ ହୋଇପାରେ ବୋଲି ସୂଚନା ମିଳିଛି।
ଗତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ରାଜ୍ୟ ସରକାର ମୋଟ ୧୬୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଥିଲେ। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ମୂଳ ବଜେଟର ଆକାର ୩୦ ହଜାର କୋଟି ଅଧିକ ହୋଇଥିବା ବେଳେ ସେହି ଦୃଷ୍ଟିରୁ ଅତିରିକ୍ତ ବଜେଟର ଆକାର ବଢ଼଼ିବା ସୁନିଶ୍ଚିତ। ସେହିପରି ରାଜ୍ୟରେ ବିଭିନ୍ନ ବିଭାଗ ଅଧିନରେ ଭିତ୍ତିଭୂମି ନିର୍ମାଣ, ରୂପାନ୍ତରଣ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଅତିରିକ୍ତ ବଜେଟର ଆକାର ୨୦ ହଜାର କୋଟି ଅତିକ୍ରମ କରିପାରେ ବୋଲି ସ୍ୱାଭାବିକ ଆଶା କରାଯାଉଛି।
ସୂଚନାନୁସାରେ,ଆସନ୍ତା ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ।
[ad_2]