ଜୁଆ ଆଡ୍ଡା ଉପରେ ରେଡ଼ – Sahana Mela
[ad_1]
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୁଆ ଆଡ୍ଡା ଉପରେ ରେଡ଼ କରିବାକୁ ଯାଇ ଆକ୍ରମଣ ଶୀକାର ହେଲେ ବାଲେଶ୍ବର ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ | ଏହି ଘଟଣା ରେ ଦୁଇ ଜଣ ମହିଳି ଙ୍କ ସମେତ 15 ଜଣଙ୍କୁ ଗିରଫ କରିଛି ପୋଲିସ | ତେବେ ଆକ୍ରମଣ ପଛରେ ଜୁଆ ଆଡ୍ଡା ନା ଅନ୍ୟ କିଛି କାରଣ ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି |
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ 10 ଟା ସମୟରେ ବାଲେଶ୍ବର ଜିଲ୍ଲା ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ସାଙ୍ଗରେ ଆଉ ଦୁଇ କର୍ମଚାରୀଙ୍କୁ ଧରି ନାଇଟ ପେଟ୍ରୋଲିଂ ପାଇଁ ବାହାରି ଥିଲେ | ଏହି ସମୟରେ ଉଦୟପୁର ଗ୍ରାମରେ ଏକ ଦୋକାନ ରେ ଜୁଆ ଖେଳ ହେଉଥିବା ଖବର ପାଇ ସେଠାରେ ଚଢଉ କରିଥିଲେ | ଏହି ସମୟରେ ସେମାନଙ୍କ ସହ ଥାନାଧିକାରୀଣୀ ଙ୍କ ଯୁକ୍ତିତର୍କ ହେବା ପରେ ହଠାତ କିଛି ଅସାମାଜିକ ଲୋକ ଓ ଗ୍ରାମର ମହିଳା ମାନେ ଆଇ ଆଇ ସି ଙ୍କୁ ମାଡ଼ ମାରିଥିଲେ | ଏହାକୁ ବିରୋଧ କରିବାରୁ ଡ୍ରାଇଭର ସୁଧାଂଶୁ ମହାନ୍ତି ମଧ୍ଯ ଆକ୍ରମଣ ର ଶିକାର ହୋଇ ଥିଲେ | ପରେ ଆଇ ଆଇ ସି ଙ୍କୁ ଦୋକାନ ଭିତରେ ରେ ବନ୍ଦ କରି ମାଡ଼ ମାରିବା ସହ ଏକ ଘଣ୍ଟା ରୁ ଉର୍ଧ୍ବ ସମୟ ଧରି ବନ୍ଦ କରି ରଖିଥିଲେ |
କୌଣସି ଉପାୟ ନପାଇ ଥାନାଧିକାରୀଣୀ ଚମ୍ପାବତୀ ସୋରେନ ତାଙ୍କୁ ଉଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଫୋନ କରିବା ପରେ ଘଟଣା ସ୍ଥଳରେ ଜଳେଶ୍ବର ଏସଡିପିଓ, ଚନ୍ଦନେଶ୍ବର ଫାଣ୍ତି ପୋଲିସ , ଭୋଗରାଇ ଥାନା ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ | ତେବେ ପୋଲିସ ଏହି ଘଟଣା ରେ ତାଳସାରୀ ମେରାଇନ ଥାନା କେସ ନମ୍ବର 20/24 ରେ ମାମଲା ରଜୁ କରି ଦୁଇ ଜଣ ମହିଳା ଙ୍କ ସମେତ 15 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
[ad_2]