ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ – Sahana Mela

[ad_1]
ଭୁବନେଶ୍ୱର : ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ । ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବ,ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିନ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ୩ ପ୍ରାର୍ଥୀ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ନିଜର ବିଜୟୀ ସାର୍ଟିଫିକେଟ ଗ୍ରହଣ କରିଛନ୍ତି । ଏହି ୩ ଜଣଙ୍କୁ ଛାଡିଦେଲେ ଅନ୍ୟ କେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ଆଉ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ସଂଖ୍ୟା ଗରିଷ୍ଠତା ଥିବାରୁ ୩ ପ୍ରାର୍ଥୀ ବିନା ଭୋଟିଂରେ ରାଜ୍ୟସଭାକୁ ଯାଇଛନ୍ତି।
ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନେକ ବିଧାୟକଙ୍କ ଉପସ୍ଥିତିରେ ବିଜେଡିର ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଭରିଥିଲେ I ଅନ୍ୟପଟେ ତୃତୀୟ ଆସନରୁ କିଏ ରାଜ୍ୟସଭା ଯିବ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । ତେବେ ୧୫ ତାରିଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକମାନଙ୍କ ସହ ଆସି ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ। ଏହାକୁ ସମର୍ଥନ କରିଥିଲା ବିଜେଡି I ଯାହାଫଳରେ ଅଶ୍ୱିନୀଙ୍କ ରାଜ୍ୟସଭା ଯିବା ରାସ୍ତା ସଫା ହୋଇଥିଲା । ୨୦୧୯ ରେ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି। ଏହି ୩ ପ୍ରାର୍ଥୀ ଦିଲ୍ଲୀ ଯାଇ ସାଂସଦ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି ।
ସୂଚନାନୁସାରେ,ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସହିତ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି ।
[ad_2]