ଖେଳ ଖବର

ଧୋନୀଙ୍କୁ ମନୋଜଙ୍କ ସିଧା ପ୍ରଶ୍ନ: ଶତକ ମାରିବା ପରେ ମୋତେ କାହିଁକି ଟିମରୁ ବାହାର କରାଗଲା – Sahana Mela

[ad_1]


ନୂଆଦିଲ୍ଲୀ: ମନୋଜ ତିୱାରୀ ରବିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ମନୋଜଙ୍କୁ ଟିମରୁ ବାହାର କରାଯାଇଥିଲା । ଦୀର୍ଘ ଦିନ ପରେ ସେ ଏ ନେଇ ମୁହଁ ଖୋଲିଛନ୍ତି । ଏପରିକି ସେତେବେଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସେ ପ୍ରଶ୍ନ କରିଛନ୍ତି ଯେ, ମ୍ୟାଚରେ ଶତକ ମାରିବା ପରେ ମୋତେ କାହିଁକି ଟିମରୁ ବାହାର କରାଗଲା । ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଯେତେବେଳେ ଅନ୍ୟମାନେ ବିଫଳ ହୋଇଥିଲେ ମୁଁ ଭଲ ପ୍ରଦର୍ଶନ କରିଥିଲି । ୨୦୧୧ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚରେ ଶତକ ହାସଲ କରିଥିଲେ । ମାତ୍ର ଶ୍ରୀଲଙ୍କା ବିପକ୍ଷ ସିରିଜରେ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା ।

କ୍ରମାଗତ ୧୪ଟି ମ୍ୟାଚରେ ଅଣଦେଖା କରାଯିବା ପରେ ମୋତେ ପୁନର୍ବାର ସୁଯୋଗ ମିଳିଥିଲା । ସେ ସମୟରେ ମୁଁ ବହୁତ କିଛି ହରାଇଥିଲି । ଏବେ ତ ଆଉ ହରାଇବାକୁ କିଛି ନାହିଁ ବୋଲି ମନୋଜ ଦୁଃଖରେ କହିଛନ୍ତି । ଜଣେ ଖେଳାଳି ଯେତେବେଳେ ଭଲ ପ୍ରଦର୍ଶନ କରିଥାଏ ସେତେବେଳେ ତାର ଆତ୍ମବିଶ୍ୱାସ ଉପରେ ଥାଏ ।

ମନୋଜ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଘରୋଇ କ୍ରିକେଟ ଖେଳିଛନ୍ତି । ସେ ଭାରତ ପକ୍ଷରୁ ୧୨ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । ଭଲ ପ୍ରଦର୍ଶନ ସତ୍ୱେ ସେ ଟେଷ୍ଟ ଟିମର ଅଂଶବିଶେଷ ହୋଇପାରି ନ ଥିଲେ । ମନୋଜଙ୍କ ଏହି ବୟାନ ଏବେ କ୍ରିକେଟ ମହଲରେ ଆଲୋଡନ ସୃଷ୍ଟି କରିଛି । ପୂର୍ବରୁ ଯୁବରାଜ ସିଂଙ୍କ ବାପା ମଧ୍ୟ ଧୋନୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button