ଖେଳ ଖବର

ସଚ୍ଚୋଟତାର ପ୍ରମାଣ ଦେଲେ ଆରସିବି ଖେଳାଳି, ଲାଇଭ୍ ମ୍ୟାଚରେ ପଡ଼ିଆରେ ପଡ଼ିଥିବା ସୁନା ଚେନ୍ ଫେରାଇଲେ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସମୟରେ ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଲାଇଭ୍ ମ୍ୟାଚରେ ପଡିଆରେ ପଡିଥିବା ସୁନା ଚେନକୁ ଫେରାଇଛନ୍ତି ଆରସିବି ଖେଳାଳି । କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୯୨ ରନ୍ କରିଥିଲା । ବେଙ୍ଗାଲୁରୁର ପ୍ରଥମ ୱିକେଟ ପଡିବା ପରେ ଆରସିବି ଖେଳାଳି ଦେବଦତ୍ତ ପାଡିକିଲ୍ଲି ସଚ୍ଚୋଟତାର ପ୍ରମାଣ ଦେଇ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି ।

ଆଇପିଏଲରେ ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା । ୧୯୩ ରନର ଟାର୍ଗେଟକୁ ପିଛା କରି ଆରସିବି ବ୍ୟାଟିଂ ଆରମ୍ଭ କରିଥିଲା । ବିରାଟ କୋହଲି ଏବଂ ଜ୍ୟାକବ ବେଥୖଲ ବ୍ୟାଟିଂ କରୁଥିଲେ ।

ବେଙ୍ଗାଲୁରୁ ଇନିଂସର ୪ର୍ଥ ଓଭରରେ ଜ୍ୟାକବ ବୈଥଲ ୧୨ ବଲରେ ୧୫ ରନ୍ କରି ଆଉଟ ହୋଇଥିଲେ । କାର୍ତ୍ତିକ ତ୍ୟାଗୀ ସଯ୍ ପିଚ ବଲରେ ବୈଥଲଙ୍କ ହାହତ ଏବଂ ମୁଣ୍ଡରେ ବଲ୍ ବାଜିଥିଲା । ହେଲମେଟରେ ବଲ୍ ବାଜିବା କାରଣରୁ ଜୋରରେ ଜଯକା ଲାଗିଥିଲା ଆଉ ସୁନା ଚେନ ଜ୍ୟାକବ ବୈଥଲଙ୍କ ଖସିପଡିଥିଲା । ବୈଥଲ ସେତେବେଳେ ଏହା ଜାଣିପାରିନଥିଲେ । ଆଉଟ ହେବା ପରେ ମଇଦାନ ଛାଡି ଚାଲିଯାଇଥିଲେ । ଏହାପରେ ଆରସିବିର ଖେଳାଳି ଦେବଦତ୍ତ ପାଡିକ୍କିଲ ବ୍ୟାଟିଂ କରିବାକୁ ଆସି ପିଚରେ ସୁନା ଚେନ୍ ପଡିଥିବା ଦେଖି ଉଠାଇଥିଲେ । ଆଉ ଳାଇଭ ମ୍ୟାଚରେ ଦେଖାଇ ଫେରାଇଥିଲେ ।

ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ୮ମ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ବୁଧବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଚଳିତ ଆଇପିଏଲର ୫୭ତମ ଲିଗ୍ ମ୍ୟାଚରେ ବେଙ୍ଗାଲୁରୁ ୬ ୱିକେଟରେ କୋଲକତାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକତା ୪ ୱିକେଟ୍ ବିନିମୟରେ ୧୯୨ ରନ ସଂଗ୍ରହ କରିଥିଲା । ଜବାବରେ ବେଙ୍ଗାଲୁରୁ ୧୯.୧ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ।

Leave a Reply

Your email address will not be published. Required fields are marked *

Back to top button