ମନୋରଞ୍ଜନ

ପୁଅର ନାମ ‘ଅକାୟ’ ରଖିଲେ ବିରାଟ ଓ ଅନୁଷ୍କା, ଜାଣନ୍ତୁ ଏହି ନାଁର ଅର୍ଥ – Sahana Mela

[ad_1]


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ପିତାମାତା ହୋଇଛନ୍ତି । ଅନୁଷ୍କା ଶର୍ମା ଗତକାଲି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିବା ନେଇ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ତାଙ୍କ ଶିଶୁପୁତ୍ରର ନାମ ‘ଅକାୟ’ ରଖିଛନ୍ତି । ଏହି ଖବର ମିଳିବା ପରେ ଉଭୟଙ୍କୁ ତାଙ୍କ ପ୍ରଶଂସକଙ୍କ ତରଫରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମିଳୁଛି । କିନ୍ତୁ ଆପଣ ଜାଣନ୍ତି କି ଅକାୟ ନାମର ଅର୍ଥ କ’ଣ ? ତେବେ ଆସନ୍ତୁ ଜାଣିବା ଅକାୟ ନାମର ଅର୍ଥ କ’ଣ…

ଅକାୟ ଶବ୍ଦର ଅର୍ଥ ହେଉଛି ଯାହାର ଶରୀର ନାହିଁ, ଯିଏ ଶରୀରହୀନ ବା ଯାହାର ଆକୃତି ନାହିଁ, ଯିଏ ନିରାକାର । ବିରାଟ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ଗତ ଫେବୃଆରୀ ୧୫ରେ ଆମେ ଆମ ପୁଅ ଅକାୟ ଏବଂ ଭାମିକାଙ୍କ ସାନଭାଇଙ୍କୁ ଏହି ଦୁନିଆକୁ ସ୍ୱାଗତ କରିଛୁ । ଆମ ଜୀବନର ଏହି ସୁନ୍ଦର ସମୟରେ ଆମେ ଆପଣଙ୍କ ଆଶୀର୍ବାଦ ଶୁଭେଚ୍ଛା ଚାହୁଁଛୁ । ଆମର ଗୋପନୀୟତାକୁ ସମ୍ମାନ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ”

୨୦୧୭ରେ ଉଭୟ ବିରାଟ କୋହଲି ଓ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୨୧ ମସିହାରେ ଏହି ଦମ୍ପତିଙ୍କ ଜୀବନରେ ପାଦ ରଖିଥିଲେ କୁନି ପରୀ ଭାମିକା । ଏବେ ଅନୁଷ୍କା ତାଙ୍କ ଦ୍ଵିତୀୟ ସନ୍ତାନ ‘ଅକାୟ’ଙ୍କୁ ଜନ୍ମ ଦେଇଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button