ମନୋରଞ୍ଜନ

ନୂଆ ଷ୍ଟୁଡିଓ କିଣି ଭାବୁକ ହେଲେ ଭାରତୀ, ସ୍ବାମୀ ଏବଂ ପୁଅ ସହିତ କଲେ ଗୃହ ପ୍ରବେଶ

କମେଡିଆନ୍ ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିଆ କ୍ୟାରିଅରରେ ଅଗ୍ରଗତି କରୁଛନ୍ତି । କିଛିବର୍ଷ ଭିତରେ ଦୁହେଁ ବିଳାସପୂର୍ଣ୍ଣ ଘର ସହିତ ଗାଡ଼ି ସବୁକିଛି ହାସଲ କରିଛନ୍ତି । ଭାରତୀ ଏବଂ ହର୍ଷଙ୍କର ଗୋଲା ଏବଂ କାଜୁ ନାମରେ ଦୁଇଟି ପୁଅ ରହିଛି । ଏବେ ଭାରତୀ ଫ୍ୟାନ୍ସଙ୍କ ସହିତ ଆଉ ଏକ ଖୁସି ସେୟାର କରିଛନ୍ତି ।

ଭାରତୀ ଏକ ନୂଆ ଷ୍ଟୁଡିଓ ନେଇଛନ୍ତି । ଯାହାର ଗ୍ରାଣ୍ଡ ଓପନିଂ କରି ଭିଡିଓରେ ଭାରତୀ ନୂଆ ଷ୍ଟୁଡିଓର ଟୁର୍ କରାଯାଇଛନ୍ତି । ଭାରତୀ ନୂଆ ଅଫିସକୁ ପୂଜା କରିବା ପରେ ପୁରା ପରିବାର ସହିତ ଗୃହ ପ୍ରବେଶ କରିଛନ୍ତି । ହର୍ଷ ଏବଂ ଭାରତୀ ନିଜ ପୁଅ ସହିତ ନୂଆ ଷ୍ଟୁଡିଓର ଗ୍ରାଣ୍ଡ ଓପନିଂ ବିଧିବିଧାନ ସହିତ ପୂଜା କରିଛନ୍ତି । ହର୍ଷ ନଡିଆ ଭାଙ୍ଗି ଶୁଭାରମ୍ଭ କରି ପ୍ରବେଶ କରିଛନ୍ତି ।

ନିଜ ଭିଡିଓରେ ଫ୍ୟାନ୍ସଙ୍କ ଆଶୀର୍ବାଦ ଏବଂ ଭଲପାଇବା ପାଇଁ କହିଛନ୍ତି । ନିଜ ଭିଡିଓ ଭାରତୀ ବହୁତ ଭାବୁକ ହୋଇଛନ୍ତି । ଭାରତୀଙ୍କ ସଫଳତା ଦେଖି ଫ୍ୟାନ୍ସ ବେଶ୍ ଖୁସି ରହିଛନ୍ତି ।

ଭାରତୀ ଏବଂ ହର୍ଷ ୨୦୧୭ ଡିସେମ୍ବରରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ସନ୍ତାନ ରହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button