ଆରପାରିରେ କିମ୍ବଦନ୍ତୀ ରେଡିଓ ଉପସ୍ଥାପକ ଅମିନ ସାୟାନୀ – Sahana Mela

[ad_1]
ନୂଆଦିଲ୍ଲୀ: ରେଡିଓ ଯୁଗରେ ଭାରତରେ ଘରେ ଘରେ ପରିଚିତ ହୋଇପାରିଥିବା ଲୋକପ୍ରିୟ ଉପସ୍ଥାପକ ଅମିନ ସାୟାନୀଙ୍କ ପରଲୋକ । ୯୧ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଛନ୍ତି ଭାରତର ଏହି ମହାନ ରେଡିଓ ଘୋଷକ । ଆକାଶବାଣୀ ବିବିଧ ଭାରତୀର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିନାକା ଗୀତମାଲା’ ଉପସ୍ଥାପନା କରି ଅମିନ ସାୟାନୀ ବିଶ୍ଵରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ହୃଦଘାତରେ ଅମିନ ସାୟାନୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ରାଜିଲ ସାୟାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅମିନ ସାୟାନୀଙ୍କ ପୁଅ ରାଜିଲ ସାୟାନୀଙ୍କ ସୂଚନା ଅନୁସାରେ, ଗତକାଲି ହଠାତ୍ ଅମିନ ସାୟାନୀଙ୍କ ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଏଚଏନ ରିଲାଏନ୍ସ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଆସନ୍ତାକାଲି ଅମିନ ସାୟାନୀଙ୍କ ଅନ୍ତିମ ସଂସ୍କାର କରାଯିବ । ଅମିନ ସାୟାନୀଙ୍କ ଶେଷ ଦର୍ଶନ ବିଷୟରେ ଖୁବ ଶୀଘ୍ର ଏକ ସରକାରୀ ବିବୃତ୍ତି ମଧ୍ୟ ଜାରି କରାଯିବ।
ଅମିନ ସାୟାନି ୨୧ ଡିସେମ୍ବର ୧୯୩୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ରେଡିଓ ଜଗତରେ ଅମିନ ସାୟାନି ବଡ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ସ୍ୱରର ଯାଦୁ ଲୋକମାନଙ୍କ ହୃଦୟରେ ଏବେବି ଉଜ୍ଜିବିତ । ଅମିନ ସାୟାନି ମୁମ୍ବାଇର ଅଲ ଇଣ୍ଡିଆ ରେଡିଓରୁ ରେଡିଓ ଉପସ୍ଥାପକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କ ଭାଇ ହାମିଦ ସାୟାନି ତାଙ୍କୁ ଏଠାରେ ପରିଚିତ କରାଇଥିଲେ । ସେ ସେଠାରେ ୧୦ ବର୍ଷ ପାଇଁ ଇଂରାଜୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ | ଏହା ପରେ ସେ ଅଲ ଇଣ୍ଡିଆ ରେଡିଓକୁ ଭାରତରେ ଲୋକପ୍ରିୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
[ad_2]