ସ୍ୱାସ୍ଥ୍ୟ

ଏହି ୪ଟି ସମୟରେ ପିଅନ୍ତୁ ପାଣି, ରହିବେ ଫିଟ୍ – Sahana Mela

[ad_1]

ନୂଆଦିଲ୍ଲୀ: ଅଧିକ ମାତ୍ରାରେ ପାଣି ପିଅ, ଏହି ଶବ୍ଦ ଆମେ ପିଲାଟି ଦିନରୁ ଶୁଣି ବଡ଼ ହୋଇଛେ । ଏହାର କାରଣ ହେଉଛି ପାଣି ଆମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହାସହ ଶରୀରକୁ ଟକ୍ସିସ୍ ମୁକ୍ତ କରି ସୁସ୍ଥ ରଖିଥାଏ। ହେଲେ ଠିକ୍ ଭାବରେ ପାଣି ନ ପିଇବା ଦ୍ୱାରା ଏବଂ ଅଧିକ ପାଣି ପିଇଲେ ଶରୀରରେ କ୍ଷତି ପହଞ୍ଚାଇଥାଏ। ତେଣୁ  ଠିକ୍ ସମୟରେ ପାଣି ପିଇବା ଜରୁରୀ। ଆସନ୍ତୁ ଆଜି ଜାଣିବା ଆୟୁର୍ବେଦ ବିଶେଷଜ୍ଞ ମତରେ ପାଣି ପିଇବାର ନିୟମାବଳୀ।

ସକାଳେ ଉଠି ପାଣି ପିଅନ୍ତୁ-

ସକାଳୁ ଉଠିବା ମାତ୍ରେ ଗୋଟିଏ ଗ୍ଲାସ୍ ପାଣି ପିଇ ନିଜର ଜୀବନ ଚର୍ଯା ଆରମ୍ଭ କରନ୍ତୁ। କାରଣ ରାତିରେ ଅଧିକ ସମୟ ଧରି ଆମ ଶରୀର ଭୋକ ଓ ଶୋଷରେ ରହିଥାଏ। ଯଦ୍ୱାରା ହଜମକ୍ରିୟା, ମେଟାବଲଜିୟମ ଏବଂ ଫିଜିକାଲ ଆକ୍ଟିଭିଟି ହ୍ରାସ ପାଇଥାଏ। ତେଣୁ ସକାଳୁ ସକାଳୁ ଶରୀରକୁ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଗୋଟିଏ ଗ୍ଲାସରେ ପାଣିରେ ଫାଳେ ଲେମ୍ବୁ ରସ କିମ୍ବା ଗୋଟିଏ ଚାମଚ ଘିଅ ମିଶାଇ ପିଅନ୍ତୁ। ଏଥିସହ ଏହି ପାଣିରେ ଅଳ୍ପ ମାତ୍ରାରେ ଡାଲଚିନି ପାଉଡର ମିଶାଇ ପିଇପାରିବେ। ଏହା ଆପଣଙ୍କ ଶରୀରକୁ ଫୁର୍ତ୍ତି ରଖିଥାଏ। ଏହି ମିଶ୍ରିତ ପାଣିରେ ଆଣ୍ଟିଅକ୍ସିଡେଣ୍ଟ , ଭିଟାମିନ ସି  ଓ ପୋଟାସିୟମ ରହିଛି।

ଖାଇବା ପୂର୍ବରୁ ପାଣି ପିଅନ୍ତୁ-

ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଇବା ଅଭ୍ୟାସ କରନ୍ତୁ। ଏହା ପେଟକୁ ସଫା ରହିବାରେ ସାହାଯ୍ୟ କରିଥାଏ। ଶରୀରର ଓଜନ ମଧ୍ୟ ହ୍ରାସ ପାଇଥାଏ। ଏକ ଗବେଷଣାରୁ ଜଣାପଡିଛି, ଯେଉଁ ବ୍ୟକ୍ତି ୧୨ ସପ୍ତାହ ଯାଏଁ ଖାଦ୍ୟ ଖାଇବାର ୩୦ ମିନିଟ୍ ପୂର୍ବରୁ ୫୦୦ ମିଲିମିଟର ପାଣି ପିଏ, ତାଙ୍କର ଓଜନ ତିନି ପାଉଣ୍ଡ କମିଯାଏ।

ଶୋଇବା ପୂର୍ବରୁ ପାଣି ପିଅନ୍ତୁ-

ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା କିଛି ସମୟ ମଧ୍ୟରେ ପରିସ୍ରା ହୋଇଥାଏ। ଯଦ୍ୱାରା ହୃଦଘାତରୁ ରକ୍ଷା ମିଳିଥାଏ। ଏହାସହ ଏହା ସାରା ରାତି ଶରୀରକୁ ହାଇଡ୍ରେଟ ରଖିବା ସହ ବିଷାକ୍ତ ପଦାର୍ଥରୁ  ଦୂରେଇ ରଖେ। ପେଟ ଯନ୍ତ୍ରଣାରୁ ଦୂରେଇ‌ ରଖେ।

ଗାଧୋଇବା ପୂର୍ବରୁ ପାଣି ପିଅନ୍ତୁ-

ଗାଧୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ରକ୍ତଚାପ ସ୍ତର କମ୍ କରିଥାଏ। ଶରୀର ଭିତରେ ଗରମ ରଖିବାରେ ସାହାଯ୍ୟ କରିଥାଏ।

 

[ad_2]

Leave a Reply

Your email address will not be published. Required fields are marked *

Back to top button