ମନୋରଞ୍ଜନ

‘ଭୁଲ୍ ଭୁଲେୟାଁ-୩’: କିଆରାଙ୍କ ସ୍ଥାନରେ ଲିଡ୍ ରୋଲରେ ନଜର ଆସିବେ ତୃପ୍ତି ଡିମରି – Sahana Mela

[ad_1]


ମୁମ୍ବାଇ: ଫିଲ୍ମ ଭୁଲ୍ ଭୁଲେୟାଁର-୨ ର ଜବରଦସ୍ତ ହିଟ୍ ପରେ ଫ୍ୟାନ୍ସ ମାନେ ପାର୍ଟ ଥ୍ରୀକୁ ଅପେକ୍ଷା କରିରହିଛନ୍ତି । ଇତି ମଧ୍ୟରେ ନିକଟରେ ‘ଭୁଲ୍ ଭୁଲେୟାଁ-୩’ ପାଇଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଥିବେଳେ, ଏବେ ଫିମେଲ କାଷ୍ଟଙ୍କ ରୋଲ ନେଇ କାର୍ତ୍ତିକ ସମସ୍ତ କଳ୍ପନା ଜଳ୍ପନା ଦୁରେଦେଇଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଏକ ପଜଲ୍ ରଖିଥିଲେ । ଏହି ପଜଲ୍ ଉପରେ, ଜଣେ ଅଭିନେତ୍ରୀଙ୍କ ଅଧା ଚିତ୍ର ରହିଥିଲା । ଯେଉଁଥିରେ ତାଙ୍କର ହସୁଥିବା ମୁହଁର ଅଧା ଦେଖାଯାଇଥିଲା । ଫଟୋ ସହିତ ଏହା ଲେଖାଯାଇଥିଲା ଯେ,- ‘ଏକ ଚିଲିଙ୍ଗ ସ୍ମାଇଲ ଯାହା ମନରେ ଭୟ ସୃଷ୍ଟି କରେ’ କାର୍ତ୍ତିକ ଫଟୋର କ୍ୟାପସନରେ ଲେଖିଥିଲେ ଯେ ‘ଏହି ଭୁଲଭୁଲେୟାକୁ ସମାଧାନ କରନ୍ତୁ।’

ତେବେ ସେୟାର ହୋଇଥିବା ଏହି ଅଧା ପଜଲ ଫଟୋ ରେ ଗତବର୍ଷ ରିଲିଜ୍ ହୋଇଥିବା ‘ଆନିମଲ’ ଫିଲ୍ମରେ ହଇଚଇ ମଚେଇଥିବା ଅଭିନେତ୍ରୀ ତୃପ୍ତି ଡିମରିଙ୍କର ବୋଲି ଫ୍ୟାନ୍ସ ମାନେ ମତ ଦେଇଥିବାବେଳେ, ପରେ କାର୍ତ୍ତିକ ସମସ୍ତଙ୍କର ସନ୍ଦେହ ଦୂର କରିଛନ୍ତି । କାର୍ତ୍ତିକ ତୃପ୍ତି ଡିମରି ଙ୍କର ଏକ ଫୁଲ ଫଟୋ ସେୟାର କରି ‘ଭୁଲ୍ ଭୁଲେୟାଁ-୩’ ପାଇଁ ଫିମେଲ କାଷ୍ଟଙ୍କ ନାମ ନିଶ୍ଚିତ କରିଛନ୍ତି ।

ଏବେ କାର୍ତ୍ତିକଙ୍କ ଫିଲ୍ମରେ ତାଙ୍କର ଏଣ୍ଟ୍ରି ହୋଇଛି । ତୃପ୍ତି ଏହି ଫିଲ୍ମରେ କିଆରା ଆଡଭାନୀଙ୍କ ସ୍ଥାନ ନେବେ ବୋଲି କୁହାଯାଉଛି । ଏହି କମେଡି ଫିଲ୍ମ ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବ ବୋଲି ଅନୁମାନ କରାଯାଉଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button