ଦେଶ- ବିଦେଶ

ମୁଁ ମଲାଲା ନୁହେଁ, ମୁଁ ଭାରତରେ ସ୍ୱାଧୀନ – Sahana Mela

[ad_1]

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଜଣେ ସମାଜସେବୀ ତଥା ସାମ୍ୱାଦିକ ୟାନା ମୀରଙ୍କୁ ବ୍ରିଟେନ୍ ସଂସଦରେ ବିବିଧତା ଆମ୍ୱାସାଡର ପୁରସ୍କାରରେ ସମ୍ମାନିତ କରାଯାଇଛି । ଜମ୍ମୁ କାଶ୍ମୀରକୁ ନେଇ  ପ୍ରଚାର ପ୍ରସାର  ବିରୋଧରେ ୟାନା ମୀରଙ୍କ ଭାଷଣ ଭାଇରାଲ ହେବାରେ ଲାଗିଛି । ବ୍ରିଟେନର ଜମ୍ମୁକାଶ୍ମୀର ଅଧ୍ୟୟନ କେନ୍ଦ୍ର ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୟାନା ତାଙ୍କ ଅଭିଭାଷଣରେ କହିଛନ୍ତି,‘‘ ମୁଁ ମଲାଲା ୟୁସୁଫଜାଇ ନୁହେଁ । ମଲାଲା ପାକିସ୍ତାନର ଶିଶୁ ଏବଂ ମହିଳା ଅଧିକାର କର୍ମୀ । ମୋର ମାତୃଭୂମି କାଶ୍ମୀରରେ ମୁଁ ସୁରକ୍ଷିତ ଏବଂ ସ୍ୱାଧୀନଭାବେ ରହିଛି । ଯାହା ଭାରତର ଏକ ଅଂଶ ଅଟେ । ମୁଁ କଦାପି ନିଜ ଦେଶ ଛାଡି ଯିବି ନାହିଁ ।  ମୁଁ ବ୍ରିଟେନକୁ ଆଶ୍ରୟ ନେବାକୁ ଆସିବି ନାହିଁ । ମୁଁ ମାଲାଲା ୟୁସୁଫଜାଇ ହୋଇପାରିବି ନାହିଁ । ସେ କାଶ୍ମୀରକୁ ଦଳିତ କହି ଭାରତକୁ ବଦନାମ କରିବା ପାଇଁ ନୋବଲ ପୁରସ୍କାର ବିଜେତା ଉପରେ ଆକ୍ରମଣ କରିଥିଲେ ।’’

ସେ ଆହୁରି କହିଛନ୍ତି,‘‘ ମୁଁ ସୋସିଆଲ ମିଡିଆ ତଥା ବିଦେଶୀ ଗଣମାଧ୍ୟମର ଏଭଳି ସମସ୍ତ ଟୁଲ୍ଲିଟ୍ ସଦସ୍ୟଙ୍କ ଆପତ୍ତି କରେ, କାଶ୍ମୀର  ଲେକଙ୍କ ଉତ୍ପୀଡନ ନେଇ ସୋସିଆଲ ମିଡିଆ ଓ ଅନ୍ତର୍ଜାତିକ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଉଛି ତାହା ସଂପୂର୍ଣ୍ଣ ମନଗଢ଼ା । ଆମ ବିଷୟରେ ଭାବିବା ବନ୍ଦ କର ଓ ମୋର କାଶ୍ମୀରକୁ ଶାନ୍ତିରେ ବଞ୍ଚିବାକୁ ଦିଅ ।’’

ୟାନା ମୀରଙ୍କ ଭାଷଣକୁ ସମସ୍ତେ ପ୍ରଶଂସା କରୁଛନ୍ତି । ବଲିଉଡ ଅଭିନେତା ଅନୁପମ ଖେର ସମେତ  ଅନେକ ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆ ଏକ୍ସରେ ଅଭିନନ୍ଦନ ଜଣାଇଛନ୍ତି ।

ସାଂସଦ ବବ ବ୍ଲାକମ୍ୟାନ ଓ ବିରେନ୍ଦ୍ର ଶର୍ମାଙ୍କ ଉପସ୍ଥିତିରେ  ୟାନା ମୀରଙ୍କୁ ବିବିଧତା ଆମ୍ୱାସଡର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

[ad_2]

Leave a Reply

Your email address will not be published. Required fields are marked *

Back to top button