ଦେଶ- ବିଦେଶ

ତାଜ ମହୋତ୍ସବରେ ସଂସ୍କୃତି ଓ ସମୃଦ୍ଧିର ଝଲକ୍ – Sahana Mela

[ad_1]


ନୂଆଦିଲ୍ଲୀ: ତାଜ ମହୋତ୍ସବ ଉତ୍ତର ପ୍ରଦେଶର ଏକ ପ୍ରସିଦ୍ଧ ସାଂସ୍କୃତିକ ପୂର୍ବ। ଯାହା ପ୍ରତିବର୍ଷ ଆଗ୍ରାରେ ଆୟୋଜନ କରାଯାଉଛି। ଏହି ଅବସରରେ କଳା ଏବଂ ସଂସ୍କୃତି ସହିତ ଜଡିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ତାଜ ମହୋତ୍ସବର ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆଗ୍ରା ପର୍ଯ୍ୟଟନକୁ ପ୍ରତ୍ସାହିତ କରିବା। ଚଳିତ ବର୍ଷ ଏହି ମହୋତ୍ସବ ୧୭ ଫେବୃଆରୀରୁ ଆରମ୍ଭ ହୋଇଯାଇଛି। ଫେବୃଆରୀ ୨୭ ତାରିଖ ଯାଏଁ ରହିବ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଥିମ୍ ରହିଛି ‘ସସ୍କୃତି  ଏବଂ ସମୃଦ୍ଧି ‘।

ଏହି ମହୋତ୍ସବରେ ପର୍ଯ୍ୟଟକମାନେ ଥ୍ରିଏଟର, ହଟ୍ ଏୟାର ବେଲୁନ ରାଇଡ୍, କବି ସମ୍ମିଳନୀ ଓ ବଲିଉଡ ନାଇଟର ଉପଭୋଗ କରିପାରିବେ। କେବଳ‌ ଏତିକି ନୁହେଁ ଏହି ମହୋତ୍ସବରେ ପ୍ରାୟ ୪୦୦ କାରିଗର କାଠ ଓ ପଥରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଏଥିସହ ଏହି ତାଜ ମହୋତ୍ସବରେ ବିଭିନ୍ନ ରଙ୍ଗର ପୋଷାକ ଦେଖିବାକୁ ମିଳିବ। ସ୍ଥାନୀୟ ଖାଇବାର ମଜା ନେଇ ପାରିବେ। ଏହି ମହୋତ୍ସବରେ ସଙ୍ଗୀତ, ନୃତ୍ୟ , ରୋଷେଇ ଓ ଖେଳନା ସଂଗ୍ରହ କରାଯାଉଛି।

ସୂଚନାଯୋଗ୍ୟ, ପୃଥିବୀର ୭ଟି ସପ୍ତାଶ୍ଚର୍ଯ୍ୟ  ମଧରୁ  ତାଜ ମହଲ ଅନ୍ୟତମ। ଏହାକୁ ସମ୍ରାଟ ଶାହାଜାହାନ ତାଙ୍କ ପତ୍ନୀ ମୁମତାଜଙ୍କ ସ୍ମୃତିରେ ତିଆରି କରିଥିଲେ। ଯାହକୁ କୁହାଯାଏ ‌ପ୍ରେମର ପ୍ରତୀକ। ଧଳା ମାର୍ବଲ ପଥରରେ ତାଜ ମହଲ ନିର୍ମାଣ କରାଯାଇଛି। ୧୬୩୨ ରୁ ୧୬୫୩ ମସିହାରେ ତାଜମହଲ ନିର୍ମାଣ କରାଯାଇଥିଲା। ପ୍ରାୟ ୨୮ ପ୍ରକାରର ମୂଲ୍ୟବାନ ପଥର ନିର୍ମାଣରେ ବ୍ୟବହୃତ ହୋଇଥିଲା। ଯମୁନା ନଦୀ କୂଳରେ ତାଜ ମହଲ ହୋଇଛି।‌



[ad_2]

Leave a Reply

Your email address will not be published. Required fields are marked *

Back to top button