ସ୍ୱାସ୍ଥ୍ୟ

ସୁନ୍ଦର ତ୍ଵଚା ଓ କେଶ ପାଇଁ ରାମବାଣ ଅଁଳା, ଜାଣନ୍ତୁ ଏହାର ଫାଇଦା – Sahana Mela

[ad_1]


ଭୁବନେଶ୍ଵର: ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ ରଖିବାରେ ବେଶ୍‌ ସହାୟକ । ଅଁଳାରେ ଭିଟାମିନ୍‌ ସିରେ ଭରି ରହିଛି । ପ୍ରତିଦିନ ଅଁଳାକୁ ଜୁସ୍‌ କରି ପିଇଲେ ବୟସର ଛାପ ଦେଖାଯାଇ ନ ଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକ୍ଟେରିଆଲ ପ୍ରପଟି ରହିଛି । ତେବେ ଜାଣନ୍ତୁ ପ୍ରତିଦିନ ଅଁଳା ଖାଇଲେ କେଉଁ ସବୁ ଫାଇଦା ହୋଇଥାଏ ।

ପ୍ରତିଦିନ ଅଁଳା ଖାଇବା ଦ୍ଵାରା ତ୍ଵଚାରୁ ବ୍ରଣ ସମସ୍ୟା ଦୂର କରିଥାଏ । କେଶ ପାଚିବାରୁ ମୁକ୍ତି ଦେଇଥାଏ । କେଶକୁ ନମନୀୟ ରଖିବା ସହ ବଢ଼ିବାରେ ସାହାଯ୍ୟ କରିଥାଏ । ରକ୍ତ ସଫା କରିବା ସଙ୍ଗେ ସଙ୍ଗେ ତ୍ୱଚାରେ ଚମକ ଆଣିଥାଏ ଅଁଳା। ଏଥିସହ ତ୍ୱଚାକୁ ଦାଗମୁକ୍ତ କରେ।

ସେହିପରି ଅଁଳା କେଶରେ ହୋଇଥିବା ରୂପିକୁ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ । କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଅଁଳା । ଏଥିସହ ଅଁଳା ଖାଇବା ଦ୍ଵାରା ବୟସର ଛାପ ସହଜରେ ଆସି ନଥାଏ । ସକାଳୁ ଖାଲି ପେଟରେ ଅଁଳା ରସ ସହିତ ମହୁ ମିସାଇ ପିଇଲେ ମେଦହ୍ରାସ ହୋଇଥାଏ। ଏହା ମାଂସପେଶୀକୁ ମଜ୍‌ଭୁତ କରିବାରେ ବି ସାହାଯ୍ୟ କରିଥାଏ। ଅଁଳାରେ କ୍ରୋମିୟମ୍‌ ରହିଛି ଯାହାକି ଠିକ୍‌ ଭାବେ ଇନ୍‌ସୁଲିନ୍‌ କ୍ଷରଣ ହେବାରେ ସାହାଯ୍ୟ କରିଥାଏ। ଫଳରେ ଏହା ବ୍ଳଡ୍‌ ସୁଗାର ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିବାରେ ସାହାଯ୍ୟ କରୁଥିବାରୁ ଡାଇବେଟିସ୍‌ ହେବାର ଆଶଙ୍କା କମାଇଥାଏ।

 



[ad_2]

Leave a Reply

Your email address will not be published. Required fields are marked *

Back to top button