ଦେଶ- ବିଦେଶ

ଦ୍ଵାରକା ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଉଦଘାଟନ ହେଲା ଦେଶର ସବୁଠୁ ବଡ ଲମ୍ବା ବ୍ରିଜ୍ – Sahana Mela

[ad_1]


ଅହମ୍ମଦାବାଦ: ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ଅବସରରେ ଗୁଜୁରାଟକୁ ଅନେକ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦୀ । ସାରା ଦେଶରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶକ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ୫୨,୨୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯିବା ଏହି ଗସ୍ତର ଲକ୍ଷ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କୁଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି । ଏହା ସିଗ୍ନେଚର ବ୍ରିଜ୍ ଭାବରେ ମଧ୍ୟ ଜଣାଶୁଣା, ଏହା ଗୁଜରାଟର ମୁଖ୍ୟ ଅଞ୍ଚଳକୁ ଦେବଭୂମୀ ଦ୍ବାରକାର ଓଖା  ସହିତ ସଂଯୋଗ କରିବ। ଏହାର ଲମ୍ବ ୪,୭୭୨ ମିଟର ରହିଛି। ଏଥିରେ ୯୦୦ ମିଟର ଲମ୍ବ ସ୍ଥାୟୀ କେବୁଲ ରହିଛି। ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫୋର୍ ଲେନ୍ ବିଶିଷ୍ଠ ବ୍ରିଜ ଦେଶର ସବୁଠାରୁ ଲମ୍ବା ଅଟେ । ଉଲ୍ଲେଖଯୋଗ୍ୟ, ଏହି ସେତୁରେ ଭଗବଦ୍ ଗୀତାର ଶ୍ଳୋକ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର ସହିତ ସଜାଯାଇଥିବା ଏକ ପାଦଚଲା ପଥ ଅଛି । ଏହାସହ ଏକ ସୌର ପ୍ୟାନେଲ ମଧ୍ୟ ରହିଛି ଯାହା ଏକ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବାର କ୍ଷମତା ରଖିଛି |

ସେପଟେ ପ୍ରଧାନମନ୍ତ୍ରୀ ଆଜି ରାଜକୋଟ (ଗୁଜୁରାଟ), ବଠିଣ୍ଡା (ପଞ୍ଜାବ), ରାୟବରେଲି (ଉତ୍ତରପ୍ରଦେଶ), କଲ୍ୟାଣୀ (ପଶ୍ଚିମବଙ୍ଗ) ଏବଂ ମଙ୍ଗଳାଗିରି (ଆନ୍ଧ୍ରପ୍ରଦେଶ)ରେ ଅବସ୍ଥିତ ପାଞ୍ଚଟି ନୂତନ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ରାଜକୋଟରେ ଅନୁଷ୍ଠିତ ହେବ । କିନ୍ତୁ ଅନ୍ୟ ସମସ୍ତ ସ୍ଥାନରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୨୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୧୧,୫୦୦ କୋଟିରୁ ଅଧିକ ମୂଲ୍ୟର ୨୦୦ ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପର ମୂଳଦୁଆ ପକାଇବେ । ଏହାସହ ସେ ୯,୦୦୦ କୋଟିରୁ ଅଧିକ ବିନିଯୋଗରେ ନୂତନ ମୁନ୍ଦ୍ରା-ପାନିପତ ପାଇପଲାଇନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।



[ad_2]

Leave a Reply

Your email address will not be published. Required fields are marked *

Back to top button