କଂଚା ମାଂସ ଖାଇବାକୁ ଭଲ ପାଉଥିଲେ, ପେଟରୁ ବାହାରିଲା ୨୦ ଫୁଟର ଟେପୱର୍ମ – Sahana Mela
[ad_1]
ବେଜିଂ: ଚୀନରେ ଜଣେ ବ୍ୟକ୍ତି କଂଚା ମାଂସ ଖାଇବାକୁ ଭଲ ପାଉଥିଲା । ଏପରିକି ଧିରେ ଧିରେ ଏହା ତାଙ୍କର ନିଶାରେ ପରିଣତ ହୋଇ ଯାଇଥିଲା । ୩୮ ବର୍ଷୀୟ ଏହି ବ୍ୟକ୍ତିର ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହେବାରୁ ସେ ଡାକ୍ତରଖାନା ଯାଇଥିଲେ । ସେଠାରେ ଆବଶ୍ୟକ ପରୀକ୍ଷଣ କରିବା ପରେ ଡାକ୍ତର ଚକିତ ହୋଇ ପଡିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ପେଟରେ ୨୦ ଫୁଟ ଲମ୍ବର ଏକ ଟେପୱର୍ମ ରହିଥିଲା । ଅତି କମରେ ଏହା ୨ ବର୍ଷ ହେବ ଉପରୋକ୍ତ ବ୍ୟକ୍ତିଙ୍କ ପେଟରେ ରହିଥିଲା । ସଂକ୍ରାମକ ରୋଗ ବିଭାଗର ଡାକ୍ତର ଜିୟାନ ଲୀ ଅପେରଶନ କରି ଏହାକୁ ବାହାର କରିଥିଲେ । ଏହା ଟୋନିୟା ସଗୀନାଟା ପ୍ରଜାତିର ବୋଲି ଜଣାପଡିଛି ।
ଲୀଙ୍କ ମତରେ ଚୀନର ଉତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଅଂଚଳରେ ଟେପୱର୍ମ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଇଥିଓପିଆରେ ଲୋକେ କଂଚା ମାଂସ ଖାଇବାକୁ ଅଧିକ ଭଲ ପାଉଥିବାରେ ସେଠାରେ ଏହି ସଂକ୍ରମଣ ଅଧିକ ଦେଖିବାକୁ ମିଳେ ବୋଲି ଲୀ କହିଛନ୍ତି । ତେବେ ଚୀନ ଓ ଆମେରିକାରେ ଏହାର ସଂଖ୍ୟ ବୃଦ୍ଧି ପାଉଥିବାରୁ ସତର୍କତା ଅବଲମ୍ବନ ଜରୁରୀ ବୋଲି ସେ କହିଛନ୍ତି ।
[ad_2]