ଦେଶ- ବିଦେଶ

ପାର୍ବତୀ କୁଣ୍ଡ, ଲାକ୍ଷାଦ୍ଵୀପ ସମୁଦ୍ରକୁଳ ଆଉ ଏବେ ଦ୍ଵାରକା ସମୁଦ୍ର, ମନ କିଣୁଛି ମୋଦୀଙ୍କ ଏହି ଫଟୋ – Sahana Mela

[ad_1]


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଗୁଜୁରାଟର ଦ୍ଵାରିକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ଭାରତର ସର୍ବବୃହତ କେବୁଲ ବ୍ରିଜ୍ ସୁଦର୍ଶନ ସେତୁର ଲୋକାର୍ପଣ କରିଥିଲେ । ଦ୍ଵାରକାରେ ପ୍ରଧାନମନ୍ତ୍ରୀ ଗଭୀର ସମୁଦ୍ର ଭିତରକୁ ଯାଇ ସେହି ସ୍ଥାନରେ ପାର୍ଥନା କରିଥିଲେ ଯେଉଁଠାରେ ଜଳମଗ୍ନ ଦ୍ଵାରକା ନଗରୀ ରହିଛି । ଏହାର ଫଟୋ ଏବଂ ଭିଡିଓ ମୋଦୀ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ଆଇକନିକ ଫଟୋ ଭାଇରାଲ ହେବା ଘଟଣା ଏଇଟା ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ ମୋଦୀଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ କେଦାରନାଥର ଗୁମ୍ଫା ହେଉ କି ଲାକ୍ଷାଦ୍ଵୀପର ସମୁଦ୍ରକୁଳ । ତେବେ ଆସନ୍ତୁ ଜାଣିବା ଏପରି କିଛି ସ୍ଥାନ ବିଷୟରେ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥିତି ପାଇଁ ଉକ୍ତ ସ୍ଥାନଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା ।

ଦ୍ଵାରକାରେ ମୋଦୀଙ୍କ ସ୍କୁବା ଡ୍ରାଇଭିଙ୍ଗ

ପ୍ରଧାନମନ୍ତ୍ରୀ ଦ୍ବାରକା ଜିଲ୍ଲାର ପଞ୍ଚକୁଇ ସମୁଦ୍ର ତଟରେ ସ୍କୁବା ଡାଇଭିଙ୍ଗ କରିଥିଲେ ଏବଂ ସମୁଦ୍ର ତଳେ ଦ୍ବାରକାରେ ଧ୍ୟାନ କରିଥିଲେ। ଏହାକୁ ଏକ ‘ଦିବ୍ୟ ଅନୁଭୂତି’ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଆଧ୍ୟାତ୍ମିକ ଭବ୍ୟତାର ଏକ ପ୍ରାଚୀନ ଯୁଗ ସହିତ ଜଡ଼ିତ ହେବା ଅନୁଭବ କରିଛନ୍ତି। ଜଳରେ ବୁଡ଼ି ରହିଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ଦିବ୍ୟ ଅନୁଭୂତି ଥିଲା। ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ମୟୂର ପଙ୍ଖ ଅର୍ପଣ କରି ପ୍ରଧାନମନ୍ତ୍ରୀ ଏହି ମହାନ ପ୍ରାଚୀନ ନଗରୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୋଦୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଫେସବୁକ ପେଜରେ ଏହି ପୋଷ୍ଟକୁ ୫୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏପରିକି ୪୮ହଜାର ରୁ ଅଧିକ ଲୋକ ଏହାକୁ ସେୟାର ମଧ୍ୟ କରିଛନ୍ତି । ସେହିପରି ଇନଷ୍ଟାଗ୍ରାମରେ ଏହି ପୋଷ୍ଟଟିକୁ ୩କୋଟି ୮୦ହଜାରରୁ ଅଧିକ ଲୋକ ଦେଖିସାରିଲେଣି ।

ଲାକ୍ଷାଦ୍ଵୀପ ସମୁଦ୍ରକୁଳରେ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ଵୀପ ପରିଦର୍ଶନ ପରେ ଲାକ୍ଷାଦ୍ଵୀପକୁ ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଆସିଥିଲା । ଏପରିକି ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସେଠାକୁ ଯାଇ ଭିନ୍ନ ଭିନ୍ନ ଫଟୋ ଉଠାଇ ସେୟାର କରିଥିଲେ । ଏହାପରେ ଏହି ଦ୍ଵୀପ ପ୍ରସିଦ୍ଧ ହୋଯାଇଥିଲା । ଲାକ୍ଷାଦ୍ୱୀପ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ନରକେଲିଂ ଏବଂ ମର୍ଣ୍ଣିଂୱାର୍କ କରିଥିବାର ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଲାକ୍ଷାଦ୍ଵୀପ ଫଟୋ ଯେପରି ସୋସିଆଲ ମିଡିଆରେ ଅପଲୋଡ ହୋଇଥିଲା ସବୁଆଡେ କେବଳ ମୋଦୀଙ୍କ ସହ ଲାକ୍ଷାଦ୍ଵୀପର ପର୍ଯ୍ୟଟନ ସ୍ଥଳ କଥା ଚର୍ଚ୍ଚା ହେବାରେ ଲାଗିଥିଲା ।

ପାର୍ବତୀ କୁଣ୍ଡରେ ମୋଦୀଙ୍କ ପ୍ରାର୍ଥନା

ଅକ୍ଟୋବର ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡ ଗସ୍ତରେ ଥିବା ବେଳେ ସେଠାରେ ତାଙ୍କର ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଥିଲା । ଉତ୍ତରାଖଣ୍ଡର ପୂଜା କରିବା ପାଇଁ ମୋଦୀ ପାର୍ବତୀ କୁଣ୍ଡ ଏବଂ ଜୋଗେଶ୍ଵର ଧାମ ଗସ୍ତ କରିଥିଲେ । ସେଠାରେ ମୋଦୀ ପ୍ରାର୍ଥନା କରୁଥିବା ଫଟୋ ଭାଇରାଲ ହୋଇଥିଲା । ଏନେଇ ମୋଦୀ କହିଥିଲେ ଯେ, ଯଦି କେହି ମୋତେ ପଚାରନ୍ତି – ଆପଣଙ୍କୁ ଉତ୍ତରାଖଣ୍ଡରେ କୌଣସି ଏକ ସ୍ଥାନ ପରିଦର୍ଶନ କରିବା ଆବଶ୍ୟକ ହୁଏ, ତେବେ ତାହା କେଉଁ ସ୍ଥାନ ହେବ, ମୁଁ କହିବି ତୁମେ ରାଜ୍ୟର କୁମାଓଁ  ଅଞ୍ଚଳର ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ୱର ମନ୍ଦିର ପରିଦର୍ଶନ କରିବା ଉଚିତ୍ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଦିବ୍ୟତା ତୁମକୁ ମନ୍ତ୍ରମଗ୍ଧ କରିଦେବ ।



[ad_2]

Leave a Reply

Your email address will not be published. Required fields are marked *

Back to top button