ଖେଳ ଖବର

କଂଗ୍ରେସ କର୍ମୀଙ୍କ ରଣ ହୁଙ୍କାର,ଉଠାଇନେଲା ପୋଲିସ – Sahana Mela

[ad_1]

ଭୁବନେଶ୍ୱର : ଲୋୟର ପିଏମଜିରେ କଂଗ୍ରେସ କର୍ମୀଙ୍କ ରଣ ହୁଙ୍କାର I ଦୁର୍ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର କଂଗ୍ରେସ କର୍ମୀ । ସାରା ରାଜ୍ୟରୁ କଂଗ୍ରେସ ନେତା ଓ କର୍ମୀ ବିକ୍ଷୋଭରେ ସାମିଲ ଅଛନ୍ତି । ପରେ ସେମାନେ ଲୋକସଭା ଭବନ ଆଡକୁ ଯିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି। ପୁଲିସ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି। ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା ବୃଦ୍ଧି ତଥା ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ ।

[ad_2]

Leave a Reply

Your email address will not be published. Required fields are marked *

Back to top button