ରାଜ୍ୟ

ଭାରତରେ ଏକ ନୂତନ ଧରଣର ମାଛ , ଟେରିଗୋଟ୍ରିଗଲା ଇଣ୍ଟରମେଡିକା – Sahana Mela

[ad_1]

ଭୁବନେଶ୍ୱର : ଏକ ନୂତନ ପ୍ରଜାତି ର ମାଛ I ଏହି ମାଛ କୁ ନେଇ ବର୍ତମାନ ଚର୍ଚାର ବିଷୟ ପାଲଟିଛି I ଏହା ଏକ ସାଧାରଣ ମାଛ ଠାରୁ ଭିନ୍ନ ବୋଲି ଦେଖିବାକୁ ମିଳିଛି

ସୂଚନାନୁସାରେ ,ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ନୂତନ ଧରଣର ମାଛ ଚିହ୍ନଟ କରିଛନ୍ତି । ଗତ ୨୦୧୮ ମସିହାରେ ଏହି ପ୍ରଜାତିର ମାଛର ୨୪ ଟି ନମୂନା ଭାରତର ପୂର୍ବ ଉପକୂଳର ଦିଘା ମୁହାଣରୁ ମତ୍ସ୍ୟଜୀବୀ ମାନେ ସଂଗ୍ରହ କରିଥିଲେ ଏହି ମାଛ ଟିକୁ । ଏପରି ଏକ ମାଛ ଯାହାକି ତାର ୨ ଟି କଣ୍ଟା ଦେଖିବାକୁ ମିଳିଛି I ଏହି ମାଛ ଟିକୁ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଡଏସଆଇ) କେନ୍ଦ୍ରର ବୈଜ୍ଞାନିକଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ନିରୀକ୍ଷା କରିଛନ୍ତି । ଏପରି ମାଛ ଭାରତ ରେ ପ୍ରଥମ ଥର ଦେଖିବାକୁ ମିଳିଥିଲା ବୋଲି ସୂଚନା ମିଳିଛି I
ତେବେ ଉକ୍ତ ପରୀକ୍ଷା ପାଇଁ ୫ ବର୍ଷ ସମୟ ଲାଗିଥିବା ବେଳେ ନୂତନ ମାଛଟି ର ନାମ ଟେରିଗୋଟ୍ରିଗଲା ଇଣ୍ଟରମେଡିକା ରଖାଯାଇଥିବା ସୂଚନା ମିଳିଛି । ଏହି ନୂତନ ପ୍ରଜାତିର ମାଛ ଟି କମଳା ରଙ୍ଗର ହୋଇଥିବା ବେଳେ ତା’ଦେହରେ କଳା ଛିଟ ରହିଛି । ତାହାକୁ ଫ୍ଲାଇଙ୍ଗ ଗୁର୍ନାଡ ବୋଲି କୁହାଯାଉଛି । ମୁଣ୍ଡ ଚେପଟା ହେବା ସହିତ ମାଛର କଣ୍ଟା ବିଷାକ୍ତ ଓ ସେମାନେ ଗଭୀର ସମୁଦ୍ରରେ ଥିବା ଛୋଟ ମାଛ, ଗେଣ୍ଡାକୁ ଶିକାର କାଋଖାଇଥାନ୍ତି ।
ନୂତନ ପ୍ରଜାତିର ମାଛଗୁଡ଼ିକୁ ପଶ୍ଚିମବଙ୍ଗର ଉପକୂଳରୁ ପାଖାପାଖି ୯୦ କିମି ଦୂରତା ଓ ୫୨ ମିଟର ଗଭୀରରୁ ଏକ ଟ୍ରଲର ଦ୍ୱାରା ସଂଗ୍ରହ କରାଯାଇଥିଲା । ସଂଗୃହୀତ ମାଛ ଅନ୍ୟ ସମାନ ପ୍ରଜାତିଠାରୁ ଆକୃତିରେ ଅଲଗା ଦେଖାଯାଏ । ଏକ ଅନ୍ତର୍ଜାତୀୟ ଜଣାଶୁଣା ମାଗାଜିନରେ ବୈଜ୍ଞାନିକମାନେ ଏହି ତଥ୍ୟ ପ୍ରକାଶ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ଓଡ଼ିଶାରୁ ଏକ ନୂଆ ପ୍ରଜାତିର ମାଛ ଚିହ୍ନଟ ହୋଇଥିଲା । ଅନ୍ୟ କୁଚିଆ ପ୍ରଜାତିର ମାଛ ଠାରୁ ତାହା ଭିନ୍ନ ରହିଥିବା ବେଳେ ତା’ର ନାମ ‘ମୁରାନିଥିସ୍’ ରଖାଯାଇଥିଲା ବୋଲି କୁଢ଼ ଯାଇଛି । ହେଲେ ଏହା ଏକ ନୂତନ ଧାରଣ ର ମାଛ କୁ ଦେଖି ଲୋକଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି ହୋଇଛି I

[ad_2]

Leave a Reply

Your email address will not be published. Required fields are marked *

Back to top button