ରାଜ୍ୟ
ସ୍କୁଲ ଭିତରେ ଆତ୍ମହତ୍ୟା କଲେ ପ୍ରଧାନ ଶିକ୍ଷକ – Sahana Mela

[ad_1]
କିଶୋରନଗର: ନିଜ ଅଫିସ ରୁମ ଭିତରେ ଆତ୍ମହତ୍ୟା କଲେ ପ୍ରଧାନ ଶିକ୍ଷକ I ଆଜି ପୂର୍ବାହ୍ନ ୧୦ଟା ସମୟରେ ଅଫିସ ରୁମ ଭିତରେ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ କିଛି ଛାତ୍ର I ଏପରି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ତୁରୁଡା ଉପ୍ରା ସ୍କୁଲରେ ଘଟିଛି। ମୃତ ପ୍ରଧାନଶିକ୍ଷକଜଣକ ହେଲେ ହ୍ରୁଷିକେଶ ସାହୁ । ହୃଷିକେଶଙ୍କ ଘର କିଶୋରନଗର ବ୍ଲକ ନତଡ଼ା ଗାଁରେ । ସେ ଦୀର୍ଘ ବର୍ଷ ହେଲା ଉକ୍ତ ବ୍ଲକର ତୁରୁଡା ଉପ୍ରା ସ୍କୁଲରେ ଶିକ୍ଷକତା କରୁଥିଲେ। ସବୁଦିନ ପରି ଆଜି ମଧ୍ୟ ସକାଳ ୯ଟାରେ ହୃଷିକେଶ ସାହୁ ସ୍କୁଲ ଆସିଥିଲେ I କିଛି ସମୟପରେ ସ୍କୁଲକୁ କେହି ଆସିବା ପୂର୍ବରୁ ନିଜ ଅଫିସ ରୁମରେ ପଙ୍ଖା ଦେହରେ ଝୁଲି ପଡ଼ିଥିଲେ I ତେବେ ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେ ମଧ୍ୟ ସ୍କୁଲ ଭିତରୁ ପ୍ରଧାନ ଶିକ୍ଷକଙ୍କ ମୃତଦେହ ମିଳିବା ଘଟଣା କିଶୋରନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
[ad_2]