ଟେଷ୍ଟ ସିରିଜ ଜିତିବା ନେଇ ଖେଳାଳିଙ୍କୁ ବୋନସ ଦେବ ବିସିସିଆଇ – Sahana Mela

[ad_1]
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୩-୧ରେ ଅଗ୍ରଣୀ ରହି ଭାରତ ଆଗୁଆ ସିରିଜ ଜିତି ନେଇଛି । ମାର୍ଚ୍ଚ ୭ରୁ ସିରିଜର ଅନ୍ତିମ ମୁକାବିଲା ଧର୍ମଶାଳାରେ ଖେଳାଯିବ । ଇତି ମଧ୍ୟରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଭଲ ପ୍ରଦର୍ଶନ ନେଇ ଟେଷ୍ଟ ଖେଳାଳିଙ୍କ ସ୍ୟାଲେରୀ ବଢ଼ାଇବା ସହ ବୋନସ ଦେବା କଥା ଚିନ୍ତା କରୁଛି । ଟେଷ୍ଟ କ୍ରିକେଟ ପ୍ରତି ଯୁବ ପିଢ଼ୀଙ୍କୁ ଆକୃଷ୍ଟ କରିବା ପାଇଁ ବିସିସିଆଇ ଲୋଭନୀୟ ଅଫର ଦେବା କଥା ଚିନ୍ତା କରୁଛି । ଆଇପିଏଲ ଖେଳିବା ପାଇଁ ଈଶାନ କିଶାନ, ଶ୍ରେୟାଶ ଆୟାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳି ଟେଷ୍ଟ କ୍ରିକେଟକୁ ଗୁରୁତ୍ୱ ଦେଉ ନ ଥିବା ବିସିସିଆଇ ହୃଦୟଙ୍ଗମ କରିଛି । ଚେତବାନୀ ଦେବା ପରେ ଏବେ ଲୋଭନୀୟ ଅଫର କଥା ଚିନ୍ତା କରାଯାଉଛି । ଆଇପିଏଲ ୨୦୨୪ ପରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ ।
ବର୍ତମାନ ଟେଷ୍ଟ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ସେହିପରି ଦିନିକିଆ ପାଇଁ ୬ ଓ ଟି୨୦ ନିମନ୍ତେ ୩ ଲକ୍ଷ ଟଙ୍କା ଦିଆଯାଉଛି । ଯଦି କୌଣସି ଖେଳାଳି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସମସ୍ତ ଟେଷ୍ଟ ମ୍ୟାଚ ଖେଳେ ତେବେ ବୋନସ ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ଆଇପିଏଲ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ହେବ ।
[ad_2]