ସ୍ୱାସ୍ଥ୍ୟ

କେବଳ କଳା ନୁହେଁ, ଏହି ରଙ୍ଗର ପୋଷାକରେ ମଧ୍ୟ ଅଧିକ ଗରମ ଅନୁଭବ ହୁଏ – Sahana Mela

[ad_1]

ଭୁବନେଶ୍ୱର: ମାଡ଼ି ଆସିଲାଣି ଖରା ଦିନ। ଏହି ସମୟରେ ଲୋକମାନେ ହାଲୁକା ରଙ୍ଗର ପୋଷାକ ପିନ୍ଧିବାକୁ ବେଶ୍ ପସନ୍ଦ କରନ୍ତି। ହେଲେ କିଛି ଲୋକ ଜାଣି ନପାରି ଗାଢ଼ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ଆଜିକାଲି ସିନ୍ଥେଟିକ ଏବଂ ପଲିଷ୍ଟର କପଡାର ଚାହିଦା ବହୁତ ବୃଦ୍ଧି ପାଇଛି। କିନ୍ତୁ ଏସବୁ କପଡ଼ା ଲାଇଲନ ଏବଂ ରେଶମ ପରି ହାଲୁକା କପଡା ଅପେକ୍ଷା ଅଧିକ ଉତ୍ତାପ ଗ୍ରହଣ କରନ୍ତି। ଯଦି ପୋଷାକର ରଙ୍ଗ ଅଧିକ ଗାଢ଼ ହୋଇଥିବ, ଆପଣ ଅଧିକ ଗରମ ଅନୁଭବ କରିପାରନ୍ତି। ଏହାର କାରଣ ହେଉଛି ଗାଢ଼ ରଙ୍ଗର ପୋଷାକରେ ପର ୟୁନିଟ ଭଲ୍ୟୁମ ସରଫେସ ଅଧିକ ରହିଥାଏ। ଯାହା ପୋଷାକକୁ ଅଧିକ ଉତ୍ତାପ ଗ୍ରହଣ କରିବାକୁ ଦେଇଥାଏ।

କେଉଁ ରଙ୍ଗର ପୋଷାକ ଗ୍ରୀଷ୍ମ ସମୟରେ ପିନ୍ଧିବା ଉଚିତ ନୁହେଁ:

ଖରାଦିନେ ସାଧାରଣତଃ ଆମେ ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରୁ। କିନ୍ତୁ କପଡା ସହିତ କିଛି ରଙ୍ଗର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି। ଆମେ ସମସ୍ତେ ଜାଣୁ ଯେ ଖରାଦିନେ କଳା ରଙ୍ଗର ପୋଷାକ ପିନ୍ଧିବା କେତେ ବିରକ୍ତ ହୋଇପାରେ। ଏହାବ୍ୟତୀତ ନୀଳ, ବାଇଗଣୀ କିମ୍ବା ଗାଢ଼ ରଙ୍ଗର ପୋଷାକ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ। କାରଣ ଏହି ରଙ୍ଗ ଗୁଡିକ ଉତ୍ତାପ ଶୋଷିବାରେ ସ‌କ୍ଷମ ନୁହନ୍ତି। ଯେଉଁ କାରଣରୁ ଚର୍ମରେ ଘା ଓ କୁଞ୍ଚନ ସମସ୍ୟା ଦେଖାଯାଏ।

ଖରାଦିନେ କେଉଁ ପ୍ରକାର ପୋଷାକ ପିନ୍ଧିବା ଅନୁଚିତ:

ଶରୀରକୁ ଥଣ୍ଡା ରଖିବା ପାଇଁ ପଲିଷ୍ଟର , ସିନ୍ଥେଟିକ ଏବଂ ଜର୍ଜେଟ  ପରି କପଡାରେ ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ। ଏହା ପରିବର୍ତ୍ତେ ସୂତା କିମ୍ବା ଲାଇଲନ ପରି କପଡା ବାଛନ୍ତୁ। ଯାହା ତ୍ୱଚାକୁ ଅମ୍ଳଜାନ ଗ୍ରହଣ କରିବାକୁ ଦେଇଥାଏ ଏବଂ ଝାଳ ଶୋଷିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ତାପମାତ୍ରାକୁ ମଧ୍ୟ ଥଣ୍ଡା ରଖେ।

ଖରାରେ ବାହାରକୁ ଯିବା ପୂର୍ବରୁ ଚର୍ମର ଯନ୍ତ୍ର  ନେବା କିପରି ?:

୧. ବାହାରକୁ ଯିବା ପୂର୍ବରୁ ପ୍ରଚୁର ପାଣି ପିଅନ୍ତୁ। ଯଦ୍ୱାରା ଡିହାଇଡ୍ରେସନ ସମସ୍ୟା ହୋଇନଥାଏ।

୨. ସର୍ବଦା କେବଳ ହାଲୁକା ରଙ୍ଗର ପୋଷାକ ପିନ୍ଧନ୍ତୁ। ଯାହା ଚର୍ମକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ।

୩.ଖରାକୁ ଯିବା ପୂର୍ବରୁ ଶରୀରକୁ ସଂପୂର୍ଣ୍ଣ ଭାବେ ଘୋଡେ଼ଇ ରଖୁଥିବା ପୋଷାକ ପିନ୍ଧନ୍ତୁ।

[ad_2]

Leave a Reply

Your email address will not be published. Required fields are marked *

Back to top button