ଖେଳ ଖବର

୧୪ତମ ଭାରତୀୟ ଖେଳାଳି ଭାବେ ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି ଅଶ୍ୱୀନ – Sahana Mela

[ad_1]


ଧର୍ମଶାଳା: ଭାରତ-ଇଂଲଣ୍ଡ ସିରିଜର ଅନ୍ତିମ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଖେଳାଯିବ । ଭାରତର ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଏହି ମ୍ୟାଚ ଖେଳିଲେ ଏକ ନୂତନ କୀର୍ତିମାନ ସ୍ଥାପନ କରିବେ । ସେ ଭାରତର ୧୪ତମ ଖେଳାଳି ଭାବେ ୧୦୦ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିବେ । ରାଜକୋଟରେ ଅନୀଲ କୁମ୍ବଲେଙ୍କ ପରେ ସେ ଭାରତ ପକ୍ଷରୁ ୫୦୦ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଥିଲେ । ରାଚୀ ଟେଷ୍ଟରେ ଅଶ୍ୱୀନ ଭାରତୀୟ ମାଟିରେ ସର୍ବାଧିକ ୱିକେଟ ନେବାରେ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି । କୁମ୍ବଲେ ୬୩ ମ୍ୟାଚରେ ୩୫୦ ୱିକେଟ ନେଇଥିବା ବେଳେ ଅଶ୍ୱୀନ ୫୯ ମ୍ୟାଚରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି ।

ଅଶ୍ୱୀନଙ୍କ ପୂର୍ବରୁ ସଚିନ ତେନ୍ଦୁଲକର(୨୦୦), ରାହୁଲ ଡ୍ରାଭିଡ(୧୬୩), ଭିଭିଏସ ଲକ୍ଷ୍ମଣ(୧୩୪), ଅନୀଲ କୁମ୍ବଲେ(୧୩୨), କପିଳ ଦେବ(୧୩୧), ସୁନୀଲ ଗାଭାସ୍କର (୧୨୫), ଦିଲୀପ ଭେଙ୍ଗସରକାର (୧୧୬), ସୌରଭ ଗାଙ୍ଗୁଲି(୧୧୩), ବିରାଟ କୋହଲି(୧୧୩), ଈଶାନ୍ତ ଶର୍ମା(୧୦୫), ହରଭଜନ ସିଂ(୧୦୩), ଚେତେଶ୍ୱର ପୂଜାରା (୧୦୩)ଓ ବୀରେନ୍ଦ୍ର ସେହ୍ୱାଗ(୧୦୩) ଟେଷ୍ଟ ଖେଳିଛନ୍ତି । ସଚିନ ସର୍ବାଧିକ ୨୦୦ ମ୍ୟାଚ ଖେଳି ୧୫୯୨୧ ରନ ସଂଗ୍ରହ କରିଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button