ଦେଶ- ବିଦେଶ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ – Sahana Mela

[ad_1]


ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ୍ ମହାନଗର ଥାନା କୁ କରାଯାଇଥିଲା । ଥାନାରେ ନିୟୋଜିତ ହେଡ କନଷ୍ଟବଳ ଏହି ଫୋନ ଉଠାଇଥିଲେ । ଯେଉଁଥିରେ ସିଏମ ଯୋଗୀଙ୍କ ବିଷୟରେ ଏପରି ଧମକ ଦିଆଯାଇଛି ।

ଏହି ଧମକ ପରେ ସେଣ୍ଟ୍ରାଲ ଜୋନର ମହାନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୟୁପି ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । ସର୍ବିଲାନ୍ସ ସେଲ୍ ସାହାଯ୍ୟରେ ଧମକ ଦେଉଥିବା ବ୍ୟକ୍ତିଙ୍କ ମୋବାଇଲ ଫୋନ୍ କୁ ଟ୍ରାକ୍ କରୁଛି ପୋଲିସ ।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨ ରେ CUG ନମ୍ବରରେ ସିଏମ୍ ଯୋଗୀଙ୍କ ପାଇଁ ଏକ ଧମକପୂର୍ଣ୍ଣ କଲ କରାଯାଇଥିଲା । ଏହି କଲକୁ ହେଡ କନଷ୍ଟବଳ ଉଠାଇ ଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ କୁହାଯାଇଥିଲା ।

ଏହାପରେ ସୁରକ୍ଷା ମୁଖ୍ୟାଳୟରେ ନିୟୋଜିତ ହେଡ କନଷ୍ଟବଳ ଉଦ୍ଧମ ସିଂଙ୍କ ଅଭିଯୋଗ ପରେ ସେଣ୍ଟ୍ରାଲ ଜୋନର ମହାନଗର ନିଗମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସ ର ଚାରି ଜଣିଆ ଟିମ୍ ନିୟୋଜିତ ହୋଇଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button